ସିଭିସିଙ୍କ ସୂଚନା: ୯ ମାସରେ ୨୧ ହଜାର ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରିରୁ ସେପ୍‌ଟେମ୍ବର ମଧ୍ୟରେ ସରକାରୀ ଅଧିକାରୀଙ୍କ ବିରୋଧରେ ପ୍ରାୟ ୨୧ ହଜାର ଦୁର୍ନୀତି ଅଭିଯୋଗ ଆସିଥିବା କେନ୍ଦ୍ରୀୟ ଭିଜିଲାନ୍‌୍‌ସ କମିସନ (ସିଭିସି) ପକ୍ଷରୁ ସୂଚନା ଦିଆଯାଇଛି । ୯ ମାସ ମଧ୍ୟରେ ୨୦ ହଜାର ୯୪୩ଟି ଅଭିଯୋଗ ମିଳିଥିବା କମିସନ କହିଛନ୍ତି। ଏଥିରୁ ୧୭ ହଜାର ୪୨୦ଟି ଅଭିଯୋଗ ସଂପର୍କରେ ଫଏସଲା ହୋଇଯାଇଛି ଏବଂ ସେଥରୁ କେବଳ ୯୬ଟି ମାମଲାର ଯାଞ୍ଚ ପାଇଁ ଭିଜିଲାନ୍‌୍‌ସ ଏବଂ ସିବିଆଇ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସିଭିସିକୁ ୨୦୧୬ରେ ୫,୨୦୭, ୨୦୧୫ରେ ୩୨,୧୪୯ ଏବଂ ୨୦୧୪ରେ ୬୪, ୪୧୦ଟି ଦୁର୍ନୀତି ଅଭିଯୋଗ ମିଳିଥିଲା।

ସମ୍ବନ୍ଧିତ ଖବର