ସାମୁଦ୍ରିକ ବାତ୍ୟା ‘ଗଜ’: ଉଦ୍ଧାର କାର୍ଯ୍ୟରେ ନୌସେନା; ପ୍ରଭାବିତ ଅଞ୍ଚଳରେ ହେଲିକପ୍ଟର୍‌, ଜାହାଜ

ଚେନ୍ନାଇ: ସାମୁଦ୍ରିକ ବାତ୍ୟା ‘ଗଜ’ ପ୍ରଭାବିତ ତାମିଲନାଡୁର ନାଗପଟ୍ଟନମ୍‌ରେ ସର୍ବସାଧାରଣ କୋଠାବାଡ଼ି ଓ ରାସ୍ତା ପରିସ୍କାର କରିବା କାର୍ଯ୍ୟରେ ଶନିବାର ଦିନ ଭାରତୀୟ ନୌସେନା ରାଜ୍ୟ କର୍ତ୍ତୃପକ୍ଷ, ଏନ୍‌ଡିଆର୍‌ଏଫ୍‌ ଏବଂ ସର୍ବ ସାଧାରଣଙ୍କ ସହ ଯୋଗ ଦେଇଛି। ‘ଚେତ୍‌ଲତ୍‌’ ଏବଂ ‘ଚେରିୟାମ୍‌’ ନାମକ ଦୁଇଟି ଜାହାଜ ଆଜି ରିଲିଫ୍‌ ଖାଦ୍ୟ ସମାଗ୍ରୀ ଧରି ପ୍ରତ୍ୟୁଷରୁ କରାଇକାଲ୍‌ ଠାରେ ପହଞ୍ଚିଛନ୍ତି।

ରାମନାଥପୁରମ୍‌ ଅଞ୍ଚଳରେ ସାମୁଦ୍ରିକ ବାତ୍ୟା ‘ଗଜ’ ଜନିତ କ୍ଷୟକ୍ଷତି ଆକଳନ କରିବାକୁ ଆଇଏନ୍‌ଏସ୍‌ ପାରୁଣ୍ଡୁରୁ ଗୋଟିଏ ସର୍ଟି ହେଲିକପ୍ଟର୍‌ ଆସିଛି। କ୍ଷୟକ୍ଷତି ଆକଳନ ଏବଂ ଆବଶ୍ୟକ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ଆରାକୋନମ୍‌ ଠାରେ ଭାରତୀୟ ନୌସେନା ଏକ ଡର୍ଣ୍ଣିୟର୍‌ ଡିଟାଚ୍‌ମେଣ୍ଟ୍‌ ସ୍ଥାପନ କରିଛି।

ଶୁକ୍ରବାର ପ୍ରତ୍ୟୁଷରେ ସାମୁଦ୍ରିକ ବାତ୍ୟା ‘ଗଜ’ ନାଗପଟ୍ଟନମ୍‌ ଏବଂ ବେଦାରଣ୍ୟମ୍‌ ମଧ୍ୟ ଦେଇ ତାମିଲନାଡୁ ଉପକୂଳ ଅତିକ୍ରମ କରିଛି। ଏଥିଯୋଗୁଁ ଅନେକ କ୍ଷୟକ୍ଷତି ହେବା ସହ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ପୁଦୁକୋଟ୍ଟାଇ, ତାଞ୍ଜାବୁର୍‌ ଏବଂ କୁଡ୍ଡାଲୋର୍‌ ଜିଲ୍ଲା ମଧ୍ୟ ଏଥିଯୋଗୁଁ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର