ସାମୁଦ୍ରିକ ଝଡ଼ ବାୟୁର ପ୍ରଥମ ଶିକାର ହେଲେ ୬୩ବର୍ଷୀୟ ବୃଦ୍ଧ, ରାସ୍ତାରେ ଲାଗିଥିବାର ହୋର୍ଡିଂ ଖସିବାରୁ ପ୍ରାଣ ଗଲା

ମୁମ୍ବାଇ : ସାମୁଦ୍ରିକ ବାତ୍ୟା ବାୟୁ ଲ୍ୟାଣ୍ଡଫଲ କରିବା ପୂର୍ବରୁ ହିଁ ଗୋଟେ ଜୀବନ ନେଇ ସାରିଥିବା ସୂଚନା ମିଳିଛି । ମୁମ୍ବାଇରେ ରହୁଥିବା ଜଣେ ୬୩ବର୍ଷୀୟ ବୃଦ୍ଧ ବାୟୁର ପ୍ରଥମ ଶିକାର ବନିଛନ୍ତି । ମୁମ୍ବାଇର ଚର୍ଚ ଗେଟ୍‌ ରେଳ ଷ୍ଟେସନରେ ଲାଗିଥିବା ହୋର୍ଡିଂର ଏକ ଖଣ୍ଡ ଖସି ବୃଦ୍ଧଙ୍କ ଉପରେ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ମଧୁକର ନାର୍‌ବେକର ବୋଲି ଜଣା ପଡ଼ିଥିବା ବେଳେ ଚର୍ଚ ଗେଟ୍‌ ରେଳ ଷ୍ଟେସନ ଦେଇ ଯାଉଥିବା ବେଳେ ଏଭଳି ଅଘଟଣା ଘଟିଥିଲା । ଘଟଣା ଘଟିବା ପରେ ତାଙ୍କୁ ତୁରନ୍ତ ଡ଼ାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

indiatoday.in

ମଧୁକରଙ୍କ ସମେତ ଅନ୍ୟ ଦୁଇ ବ୍ୟକ୍ତିଙ୍କ ଉପରେ ମଧ୍ୟ ହୋର୍ଡିଂ ଖସିଥିଲା । କିନ୍ତୁ ସେମାନଙ୍କୁ ସାମାନ୍ୟ ଆଘାତ ଲାଗିଥିବା କହିଛି ପୁଲିସ । ବାତ୍ୟା ବାୟୁ ପାଇଁ ପବନର ବେଗ ଅଧିକ ହେଉଥିବାରୁ ହୋର୍ଡିଂଟି ଖସି ପଡ଼ିଥିଲା । ତେବେ ମଧୁକର ନାର୍‌ବେକର ଟ୍ରେନରେ ଯାତ୍ରା କରିବାକୁ ଯାଉଥିଲେ ନା କେବଳ ସେଇ ବାଟ ଦେଇ ଅନ୍ୟ କାମରେ ଯାଉଥିଲେ ତାହା ସ୍ପଷ୍ଟ ହୋଇନାହିଁ । କୌଣସି କାରଣ ହୋଇଥିଲେ ମଧ୍ୟ ମଧୁକର ନାର୍‌ବେକରଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର