ସ୍ପଷ୍ଟ ଇଂରାଜୀ କହି ମୋଦୀ ସରକାର ଚାକିରି ଦେବାରେ ବିଫଳ ହୋଇଛନ୍ତି ବୋଲି କହିଲେ ଦିନ ମଜୁରିଆ, ପରେ ସାମ୍ନାକୁ ଆସିଲା ଶିକ୍ଷାଗତ ଯୋଗ୍ୟତା

ନୂଆଦିଲ୍ଲୀ : ଦେଶରେ ଏବେ ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଲୋକମାନେ କେଉଁ ଦଳକୁ ଭୋଟ୍‌ ଦେବେ, ସେ ନେଇ ଆଲୋଚନା ଆରମ୍ଭ କରି ଦେଇଛନ୍ତି । ମୋଦୀଙ୍କ ଏନଡିଏ ସରକାର ଏବଂ ୟୁପିଏ ସରକାର ଦେଶର ଜନତାଙ୍କ ପାଇଁ କ’ଣ କ’ଣ କରିଛନ୍ତି, ସେ ବିଷୟରେ ଏବେ ଲୋକେ ଆଲୋଚନା କରିବାରେ ଲାଗି ପଡ଼ିଛନ୍ତି । ଏ ମଧ୍ୟରେ ଲଲ୍‌ନଟପ୍‌ ନାମକ ଏକ େଓ୍ଵବ୍‌ସାଇଟ୍‌ ଜଣେ ଦିନ ମଜୁରିଆଙ୍କ ଭିଡିଓ ସେୟାର କରିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯର୍୍ୟ କରିଛି । ଭିଡିଓରେ ବିହାରରୁ ଆସି ଦିନ ମଜୁରିଆ କାମ କରୁଥିବା ଜଣେ ବ୍ୟକ୍ତିି ତାଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଇଂରାଜୀ ଭାଷାରେ ଦେଉଥିବା ଦେଖା ଯାଇଛି । ସ୍ପଷ୍ଟ ଇଂରାଜୀ ଶୁଣି ପ୍ରଥମେ ରିପୋର୍ଟର ଆଶ୍ଚର୍ଯ୍ୟ ହୋଇ ଯାଇଥିବା ବେଳେ ପରେ ବ୍ୟକ୍ତିଜଣଙ୍କ ଭାଗଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକ ସାରିଥିବା ଜଣା ପଡ଼ିଥିଲା ।

ଭିଡିଓରେ ବ୍ୟକ୍ତିଜଣଙ୍କ ମୋଦୀ ସରକାର ଏବଂ ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ ଚାକିରି ସୁଯୋଗ କେମିତି ଥିଲା, ସେ ବିଷୟରେ ଜଣାଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଇନ୍ଦିରା ଗାନ୍ଧୀଙ୍କ ସମୟରେ ଚାକିରି ସୁବିଧା ବହୁତ ଥିଲା । କିନ୍ତୁ ଏବେ ମୋଦୀ ସରକାର ଚାକିରି ସୁଯୋଗ ତିଆରି କରିବାରେ ବଫଳ ହୋଇଛନ୍ତି । ତାଙ୍କୁ ସେ ପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର । ଆମେ ପ୍ରତିଦିନ କାମ କରିବା ପରେ ହିଁ ପରିବାରକୁ ଚଳାଇ ପାରିବୁ । ମୋଦୀ ସରକାରଙ୍କୁ କାମର ସୁଯୋଗ ଅଧିକରୁ ଅଧିକ ତିଆରି କରିବା ଦରକାର ବୋଲି ଦିନ ମଜୁରିଆଜଣଙ୍କ ଭିଡିଓରେ କହୁଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର