ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଭାବନା ଉପରେ ନିୟନ୍ତ୍ରଣ ରଖିବା ପାଇଁ କହିଲେ ବୌଦ୍ଧ ଧର୍ମଗୁରୁ ଦଲାଇଲାମା

ନୂଆଦିଲ୍ଲୀ : ମଙ୍ଗଳବାର ବୌଦ୍ଧ ଧର୍ମଗୁରୁ ଦଲାଇଲାମା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଏକ ଉପଦେଶ ଦେଇଛନ୍ତି । ଭାବନା ଉପରେ ନିୟନ୍ତ୍ରଣ ରଖିବା ଓ ଶାନ୍ତି ପ୍ରତିଷ୍ଠା ପାଇଁ ଯଥାର୍ଥବାଦୀ ଦୃଷ୍ଟିକୋଣ ଆପଣାଇବା ପାଇଁ ଇମ୍ରାନ୍‌ ଖାନ୍‌ଙ୍କୁ କହିଛନ୍ତି ଧର୍ମଗୁରୁ ଦଲାଇଲାମା । ଇମ୍ରାନ୍‌ ଖାନ୍‌ଙ୍କ ସମେତ ପାକ୍‌ର ଅନ୍ୟ ନେତାମାନଙ୍କୁ ମଧ୍ୟ  ଦଲାଇଲାମା ଭାବନା ଉପରେ ନିୟନ୍ତ୍ରଣ ରଖିବାକୁ କହିଛନ୍ତି ।

Image result for dalai-lama-pakistan-imran-khan-india-modi-china-chandigarh
Hindustan Times

ତାଙ୍କ କହିବା ଅନୁଯାୟୀ, ଜାତିସଂଘରେ ଭାରତ ଓ ପାକ୍‌ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣରେ ଅନେକ ପାର୍ଥକ୍ୟ ଥିଲା । ଭାରତର ପ୍ରଧାନମନ୍ତ୍ରୀ ଶାନ୍ତି ପ୍ରତିଷ୍ଠା ଦିଗରେ ଆଲୋଚନା କରିଥିବା ବେଳେ ପାକ୍‌ ପ୍ରଧାନମନ୍ତ୍ରୀ ଆଶାନ୍ତି ସୃଷ୍ଟି କଲା ଭଳି ଭାଷଣ ଦେଇଥିଲେ, ଯାହା ସମସ୍ତେ ଦେଖିଛନ୍ତି ଓ ଜାଣିଛନ୍ତି । ଚୀନ୍‌ର ରାଜନୈତିକ ସମର୍ଥନ ହାସଲ କରିବା ପାକିସ୍ତାନର ବାଧ୍ୟବାଧକତା ହୋଇପାରେ । କିନ୍ତୁ ପାକିସ୍ତାନକୁ ଭାରତର ସହଯୋଗ ମଧ୍ୟ ଆବଶ୍ୟକ । ସେଥିପାଇଁ ପାକ୍‌ ନେତାମାନଙ୍କୁ ଭାବନା ଉପରେ ନିୟନ୍ତ୍ରଣ ରଖି ଯଥାର୍ଥବାଦୀ ଦୃଷ୍ଟିକୋଣ ଆପଣାଇବା ଦରକାର ।

ସମ୍ବନ୍ଧିତ ଖବର