ରାବଣ ସାଜି ଲୋକଙ୍କ ମନୋରଞ୍ଜନ କରୁଥିବା ଦଲଜିତଙ୍କର ଇଏ ଥିଲା ଜୀବନର ଶେଷ ଅଭିନୟ ! ପଛପଟୁ ଆସି ଚଢ଼ିଗଲା ଟ୍ରେନ୍

ଅମୃତସର : ଗତକାଲି ଅମୃତସର ରାବଣପୋଡ଼ି ବେଳେ ଯେଉଁ ଭଳି ଭାବେ  ଦୁର୍ଘଟଣା ଘଟିଥିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ରାବଣପୋଡ଼ିର ଦୃଶ୍ୟ ଦେଖିବାକୁ ଏକତ୍ରିତ ହୋଇଥିବା ଲୋକଙ୍କ ମଧ୍ୟରୁ ଆଖି ପିଛୁଳାକେ ୬୦ଜଣଙ୍କ ଜୀବନ ଚାଲି ଯାଇଥିଲା। ତେବେ ଗତକାଲି ରାବଣ ପୋଡ଼ିଥିଲା,  ରାବଣ ବେଶ ଧରି ଲୋକମାନଙ୍କ ମନୋରଞ୍ଜନ କରୁଥିବା ଅଭିନେତାର ବି ଏହି ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।  ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରୁଥିବା  ଦଲବୀର ସିଂହ ପରପାରିକୁ ଚାଲି ଯାଇଛନ୍ତି।

ଗତକାଲିର ରାବଣ ଭୂମିକା  ଦଲବୀର ସିଂହଙ୍କ ଜୀବନର ଶେଷ ଅଭିନୟ ପାଲଟିଲା। ଦଲବୀର ସିଂହ ଅମୃତସର ରାଳଲୀଳାରେ ରାବଣ ଭୂମିକାରେ ଅଭିନୟ କରିଥିଲେ । ରାବଣ ପୋଡ଼ି ସମୟରେ ସେହି ରେଳ ପଟ୍ରି ଉପରେ ଛିଡ଼ା ହୋଇ ରାବଣ ଦହନ ଦେଖୁଥିଲେ । ହଠାତ କାଳରୂପୀ ଜମ ସାଜି ଆସିଲା ଟ୍ରେନ୍‌ ତା’ର ଚକା ତଳେ ପେସି ହୋଇଗଲେ ସେ।

ସୂଚନା ମୁତାବକ ଦଲବୀର ସିଂହଙ୍କ ଘରେ ତାଙ୍କ ମା’, ସ୍ତ୍ରୀ ଓ ୮ମାସର ଶିଶୁ ଅଛନ୍ତି । ଏବେ ଦଲବୀରଙ୍କ ମୃତ୍ୟୁ ଖବର ପାଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧିତ ଖବର