ହିରୋଗିରି ଦେଖାଇବା ପାଇଁ ରେଳ ଧାରଣା ଉପରେ କାର୍‌ ଚଳାଇଲେ ଯୁବକ, କିଛି ବାଟ ଯିବା ପରେ……

ସଓ୍ଵାଇ ମାଧୋପୁର(ରାଜସ୍ଥାନ) : ନିଜକୁ ହିରୋ ବୋଲି ପ୍ରମାଣ କରିବାକୁ ଯାଇ ଅନେକ ସମୟରେ ଲୋକମାନେ ଅସୁବିଧାରେ ପଡ଼ିଥାନ୍ତି । ଠିକ୍‌ ସେଭଳି କିଛି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ସଓ୍ଵାଇ ମାଧୋପୁରରେ । ଜଣେ ଯୁବକ ଫିଲ୍ମରେ ଦେଖାଯାଉଥିବା ବିପଦଜ୍ଜନକ ଷ୍ଟଣ୍ଟ କରିବା ପାଇଁ ରେଳ ଧାରଣା ଉପରେ ନିଜର ଗାଡ଼ି ଚଢ଼ାଇ ଦେଇଥିଲେ । କିଛି ବାଟ ଯିବା ପରେ ରେଳ କର୍ମଚାରୀଙ୍କ ସହାୟତାରେ ପୁଲିସ ଯୁବକକୁ କାବୁ କରିବା ସହ ଗିରଫ କରିଥିଲା । କିଛି ସମୟ ବିଳମ୍ବ ହୋଇଥିଲେ ସାମ୍ନାରୁ ଆସିବାକୁ ଥିବା ଟ୍ରେନ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥାନ୍ତା ବୋଲି ପୁଲିସ ଜଣାଇଛି । ଘଟଣା ଘଟିବା ସମୟରେ ସେଠାରେ ଉପସ୍ଥିତ ଥିବା ଲୋକେ ଏହାର ଭିଡ଼ିଓ ତିଆରି କରିଥିଲେ । ଯାହା ପରେ ଭାଇରାଲ ହୋଇଛି । ପୁଲିସ ଏହି ଭିଡ଼ିଓରୁ ଘଟଣାଟି ସଂନ୍ଧ୍ୟା ୪ଟା ସମୟରେ ଘଟିଥିଲା ବୋଲି ଜାଣିବାକୁ ପାଇଥିଲା ।

Deadline

ସୂଚନା ମୁତାବକ, ଗାଡ଼ିଟି ବରଓ୍ଵାଡ଼ାରେ ରହୁଥିବା ଚତୁର ସିଂହଙ୍କ ପୁଅ ସୁର୍‌ଜ୍ଞାନ ସିଂହ ଚଳାଉଥିବା ବେଳେ କିଛି ବାଟ ଯିବା ପରେ ଗାଡ଼ିର ଟାୟାର ଫାଟି ଯାଇଥିଲା । ଯାହା ପାଇଁ ଗାଡ଼ିଟି ରେଳ ଧାରଣାରୁ ତଳକୁ ଖସି ପଡ଼ିଥିଲା । ଗାଡ଼ି ଖସିବାର କିଛି ସମୟ ପରେ ସେହି ବାଟ ଦେଇ ଏର୍ଣ୍ଣାକୁଲମ ଏକ୍ସପ୍ରେସ ଯାଇଥିଲା । ଯାହାକୁ ଦେଖି ସୁରଜ୍ଞାନ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା କହିଥିଲେ ଲୋକେ ।

ସମ୍ବନ୍ଧିତ ଖବର