ଦାର୍ଜଲିଂ: ସାଢ଼େ ତିନି ମାସ ପରେ ହଟିଲା ଅବରୋଧ
ଦାର୍ଜଲିଂ: ଦୀର୍ଘ ସାଢ଼େ ତିନି ମାସ ପରେ ସାର୍ଜଲିଂ ତା’ର ପୂର୍ବସ୍ଥିତିକୁ ଫେରିଛି। ଗୋର୍ଖା ଜନମୁକ୍ତି ମୋର୍ଚା(ଜିଜେଏମ୍) ପକ୍ଷରୁ କରାଯାଇଥିବା ଅବରୋଧକୁ ଆଜି ଉଚ୍ଛେଦ କରାଯାଇଛି। ବନ୍ଦ ହୋଇଥିବା ସମସ୍ତ ଦୋକାନଗୁଡ଼ିକ ସକାଳୁ ସକାଳୁ ଖୋଲିବାକୁ ଅନୁମତି ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସହରକୁ ପାହାଡ଼ମାନଙ୍କ ରାଣୀ ବୋଲି କୁହାଯାଏ। ଦୀର୍ଘ ଦିନ ଧରି ଶ୍ରୀହୀନ ହୋଇଥିବା ଏହି ସୁନ୍ଦର ସହର ଦାର୍ଜଲିଂ ଦେହରେ ଆଜି ପୁଣି ପ୍ରାଣ ପଶିଛି। ଏହି ଖୁସିରେ ଦାର୍ଜଲିଂବାସୀ ରାସ୍ତା ଉପରକୁ ଆସି ଖୁସି ମନାଉଛନ୍ତି।
ଗୋର୍ଖଲାଣ୍ଡ ପୃଥକ ଦାବିରେ ଜୁନ୍ ୧୫ରୁ ଆନ୍ଦୋଳନ କରି ଆସୁଥିବା ଜିଜେଏମ୍ ଗୃହମନ୍ତ୍ରୀ ରାଜନାଥଙ୍କ କଥା ରଖି ବୁଧବାର ସକାଳ ୬ଟାରେ ଅବରୋଧ ଉଚ୍ଛେଦ କରିଛନ୍ତି।