ଦାତି ମହାରାଜ ବିରୋଧରେ ଦୁଷ୍କର୍ମ ମାମଲା

ନୂଆଦିଲ୍ଲୀ : ଆଉ ଜଣେ ଆତ୍ମଘୋଷିତ ଧର୍ମଗୁରୁ ନାମରେ ଦୁଷ୍କର୍ମ ଅଭିଯୋଗ। ଦିଲ୍ଲୀର ଦାତି ମହାରାଜଙ୍କ ବିରୋଧରେ ଏନେ ତାଙ୍କର ଜଣେ ଶିଷ୍ୟା ଅଭିଯୋଗ ଆଣିବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦାତି ମହାରାଜ ଫତେପୁର ବେରିରେ ଶନି ଧାମ ଅନୁଷ୍ଠାନର ପରିଚାଳନା କରୁଥିଲେ ଏବଂ ସେ ଟିଭି ଚ୍ୟାନେଲ୍‌ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ୍‌ ଲୋକପ୍ରିୟ ଥିଲେ। ପ୍ରଥମେ ଫତେପୁର ବେରିରେ ଏହି ମାମଲା ରୁଜୁ ହୋଇଥିବାବେଳେ ପରେ ଏହା ଡିଆଇୟୁ (ଜିଲ୍ଲା ତଦନ୍ତକାରୀ ବିଭାଗ)କୁ ସ୍ଥାନାନ୍ତରିତ ହୋଇଛି। ପୀଡ଼ିତା ଜଣଙ୍କ ଅଭିଯୋଗ ଆଣିଛନ୍ତି ଯେ ସେ ମହାରାଜଙ୍କ ଦ୍ୱାରା ଗତ ଦୁଇବର୍ଷ ହେବ ଶନି ଧାମରେ ଯୌନ ନିର୍ଯାତନାର ଶିକାର ହୋଇ ଆସୁଥିଲେ। ତେବେ ପ୍ରାରମ୍ଭରେ ଭୟରେ ସେ କିଛି କହିପାରୁନଥିଲେ। କିନ୍ତୁ ତାଙ୍କ ପ୍ରତି ଶାରୀରିକ ଅତ୍ୟାଚାର ସୀମା ଲଂଘିବା ପରେ ସେ ଏନେଇ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର