ଦୁଷ୍କର୍ମ ଅଭିଯୁକ୍ତ ଦାତି ମହାରାଜଙ୍କୁ ୭ ଘଣ୍ଟା ଜେରା

ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୁକ୍ତ ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜ୍‌ଙ୍କୁ ଦିଲ୍ଲୀ ପୁଲିସ ଗତକାଲି ସନ୍ଧ୍ୟାରେ ୭ ଘଣ୍ଟା ଜେରା କରିଥିବା ଜଣାପଡ଼ିଛି। ତେବେ ଦାତି ମହାରାଜ ତାଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆସନ୍ତା ଶୁକ୍ରବାର ଦିନ ମଧ୍ୟ ପୁଣିଥରେ ଦାତି ମହରାଜଙ୍କୁ ଜେରା କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ରବିବାର ଦିନ ଜଣେ ମହିଳା ଦକ୍ଷିଣ ଦିଲ୍ଲୀର ଏକ ପୁଲିସ ଥାନାରେ ଅଭିଯୋଗ କରି କହିଥିଲେ ଯେ ଆତ୍ମଘୋଷିତ ଧର୍ମଗୁରୁ ଦାତି ମହାରାଜଙ୍କ ଦ୍ୱାରା ଦୁଇବର୍ଷ ପୂର୍ବେ ଦିଲ୍ଲୀ ଏବଂ ରାଜସ୍ଥାନରେ ସେ ବାରମ୍ବାର ଦୁଷ୍କର୍ମର ଶିକାର ହୋଇଥିଲେ। ଆତ୍ମଘୋଷିତ ଧର୍ମଗୁରୁଙ୍କୁ ଗିରଫ କରିବାରେ ବିଳମ୍ବ ହେଉଥିବାରୁ ବିଭିନ୍ନ ମହିଳା ସଂଗଠନ ଆନ୍ଦୋଳନ ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର