ନୂଆଦିଲ୍ଲୀ: ମୁମ୍ବାଇ ସିରିଜ୍ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍ ତଥା ଅଣ୍ଡରଓ୍ଵାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ମୁମ୍ବାଇ ସ୍ଥିତ ୩ଟି ସମ୍ପତ୍ତି ଆଜି ନିଲାମ ହୋଇଛି। ୯୦ ଦଶକରେ ଭାରତ ଛାଡ଼ି ପଳାଇଥିବା ଦାଉଦର ଦକ୍ଷିଣ ମୁମ୍ବାଇରେ ଥିବା ଏହି ସମ୍ପତ୍ତିଗୁଡ଼ିକୁ ଚୋରାଚାଲାଣ ଏବଂ ବିଦେଶୀ ମୁଦ୍ରା ହେରଫେର ଆଇନ (ସାଫେମା) ବଳରେ ଜବତ କରାଯାଇଥିଲା। ଅର୍ଥ ମନ୍ତ୍ରାଳୟ ଅଧୀନରେ ନିଲାମ ହୋଇଥିବା ଦାଉଦର ହୋଟେଲ ରୌନକ୍ ଆଫ୍ରୋଜ୍ ତଥା ଦିଲ୍ଲୀ ଜାଇକା, ସବନମ୍ ଗେଷ୍ଟ୍ ହାଉସ ଏବଂ ଦାମରଓ୍ଵାଲା ବିଲ୍ଡିଂର ୬ଟି ଗୃହକୁ ଆଜି ସୈଫି ବୁରହାନି ଅପ୍ଲିଫ୍ଟମେଣ୍ଟ୍ ଟ୍ରଷ୍ଟ୍ ସର୍ବାଧିକ ୧୧.୫୮ କୋଟି ଟଙ୍କା ଦେଇ କିଣିନେଇଛି।