ଭାରତରୁ ଖସି ପଳାଇଯାଉଥିବାବେଳେ ଗିରଫ ହେଲା ଡନ ଦାଉଦର ପୁତୁରା

ମୁମ୍ବାଇ : କୁଖ୍ୟାତ ଅଣ୍ଡରଓ୍ଵାଲ୍ଡ ଡନ ଦାଉଦ ଇବ୍ରାହିମର ପୁତୁରା ରିଜଓ୍ଵାନ କସକରକୁ ଗରିଫ କରିଛି ମୁମ୍ବାଇ ପୁଲିସ । ବେଆଇନ ଅର୍ଥ କାରବାର ( ହାଓ୍ଵାଲା) ମାମଲାରେ ତାକୁ ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ପୁଲିସର ଆଣ୍ଟି ଏକ୍ସଟର୍ସନ ବ୍ୟୁରୋ ଗିରଫ କରିଛି । ଭାରତ ଛାଡି ବିଦେଶକୁ ପଳାଇଯିବା ବେଳେ ଏୟାରପୋର୍ଟରେ ତାକୁ ପୁଲିସ କାବୁ କରିନେଇଥିଲା ।

ରିଜଓ୍ଵାନ କସକର ହେଉଛି ଦାଉଦର ଭାଇ ଇକବାଲ କସକରର ପୁଅ । ଇକବାଲ କସକର ଏବେ ବେଆଇନ ଅର୍ଥ କାରବାର, ବଳପୂର୍ବକ ଅର୍ଥ ଆଦାୟ ଆଦି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛି । ତାବିରୋଧରେ ମହାରାଷ୍ଟ୍ରର କୁଖ୍ୟାତ ମକୋକା ଆଇନ ଲଗାଯାଇଛି ।
କିଛି ଦିନ ପୂର୍ବେ ଦୁବାଇରୁ ପ୍ରତ୍ୟାର୍ପଣ ହୋଇ ଭାରତକୁ ଆସିଥିବା ଦାଉଦର ହାଓ୍ଵାଲା ଅପରେଟର ଅହମଦ ରାଜା ଓ୍ଵାଧାରିଆକୁ ଜେରା ବେଳେ ସେ ରିଜଓ୍ଵାନ ବିଷୟରେ କହିଥିଲା । ଏହା ପରେ ପୁଲିସ ଜାଲ ବିଛାଇ ରିଜଓ୍ଵାନକୁ ଧରିବାରେ ସଫଳ ହୋଇଛି । ଅହମଦ ରାଜା, ରିଜଓ୍ଵାନ, ଛୋଟା ସକିଲ, ଫାହିମ ମୁଚମୁଚ ଡି-କମ୍ପାନି ପାଇଁ ମୁମ୍ବାଇ,ପୁନେ ଓ ସୁରତରୁ ଚାନ୍ଦା ସଂଗ୍ରହ କରୁଥିଲେ ।

ସମ୍ବନ୍ଧିତ ଖବର