୨୦ ବର୍ଷ ପରେ ସାମ୍ନାକୁ ଆସିଲା ଦାଉଦ୍‌ ସହଯୋଗୀ ଛୋଟା ସକିଲର ତାଜା ଫଟୋ

ନୂଆଦିଲ୍ଲୀ: ଭାରତର ବହୁଚର୍ଚ୍ଚିତ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ଡାହାଣ ହାତ ସଦୃଶ କାର୍ଯ୍ୟ କରୁଥିବା ଛୋଟା ସକିଲର ବର୍ତ୍ତମାନ ସମୟର ଏକ ଫଟୋ ସାମ୍ନାକୁ ଆସିଛି । ଏ ବିଷୟରେ ଭାରତୀୟ ଗୁଇନ୍ଦା ଏଜେନ୍ସି ସୂଚନା ପ୍ରଦାନ କରିଛନ୍ତି । ବହୁ ବର୍ଷ ପୂର୍ବେ ପୁଲିସଠାରୁ ନିଜକୁ ବଞ୍ଚାଇବାକୁ ଯାଇ ତାଙ୍କ ସାନ ଭାଇ ଅନଓ୍ଵରଙ୍କ ସହ ଫେରାର ହୋଇଯାଇଥିଲେ ଛୋଟା ସକିଲ।
ବର୍ତ୍ତମାନ ତାଙ୍କର ଆସିଥିବା ଫଟୋରେ ସକିଲ ପୂର୍ବ ଅପେକ୍ଷା ଅଧିକ ହୃଷ୍ଟପୃଷ୍ଟ ଦେଖାଯାଉଛନ୍ତି । ୨୦ ବର୍ଷ ପୂର୍ବେ ପତଳା ଏବଂ ର୍ଦୁବଳ ଦେଖାଯାଉଥିବା ସକିଲ୍‌ ବର୍ତ୍ତମାନ ସଂପୂର୍ଣ୍ଣ ଭିନ୍ନ ଦେଖାଯାଉଛନ୍ତି । ଏହି ଫଟୋରେ ସେ ଏକ କଳାରଙ୍ଗର ସାର୍ଟ ପିନ୍ଧିଥିବାର ଦେଖାଯାଇଛନ୍ତି । ତାଙ୍କର କେଶ ଏବଂ ନିଶକୁ ରଙ୍ଗ କରି ସେ ଅଧିକ ଯୁବକ ଦେଖାଯାଉଛନ୍ତି । ବର୍ତ୍ତମାନ ଭାରତୀୟ ଏଜେନ୍ସି ସିଧାସଳଖ ଦାଉଦକୁ ଛାଡ଼ି ତାର ସହଯୋଗୀ ସକିଲଙ୍କୁ ଧରିବାର ଉପାୟ ଖୋଜୁଛି। କାରଣ ସକିଲକୁ ଧରାଯାଇ ପାରିଲେ ଦାଉଦ୍‌ର ମେରୁଦଣ୍ଡ ଭାଙ୍ଗିଯିବ ।

aajtak.intoday

ଏଜେନ୍ସି ସୂଚନା ଅନୁଯାୟୀ, ବିଗତ ଚାରି ବର୍ଷ ହେବ ବିଭିନ୍ନ ଦେଶରେ ବ୍ୟାପିଥିବା ଦାଉଦ୍‌ର ଅନେକ ବ୍ୟବସାୟକୁ ସେହି ଦେଶର ସରକାରଙ୍କ ସାହାଯ୍ୟରେ ବନ୍ଦ କରାଯାଇଛି। ଏହା ଛଡ଼ା ଅନେକ ବ୍ୟବସାୟ ପାଇଁ ତାକୁ କିଛିନା କିଛି କୋର୍ଟ କଚେରୀ ମାମଲାରେ ଫସାଯାଇଛି। ଏହି ବ୍ୟବସାୟ ଗୁଡ଼ିକୁ ଅଧିକାଂଶ ଦାଉଦ୍‌ ଏବଂ ତାଙ୍କ ଭାଇ ଅନିସ ସମ୍ଭାଳୁ ଥିଲେ । ଏହି ବ୍ୟବସାୟ ଗୁଡ଼ିକ ଦକ୍ଷିଣ ଆଫ୍ରିକା , ଆରବ ଏମିରେଟସ୍‌ ଓ ଦୁବାଇ ଆଦିକୁ ବ୍ୟାପିଥିଲା । ତେବେ ବର୍ତ୍ତମାନ ଶୁଣିବାକୁ ମିଳିଛି କି ଦାଉଦ୍‌ ଏବଂ ଛୋଟା ସକିଲ ମଧ୍ୟରେ ଅନିସଙ୍କ ପାଇଁ ଗତ ବର୍ଷରୁ କଥାବାର୍ତ୍ତା ବନ୍ଦ ରହିଛି।

ସମ୍ବନ୍ଧିତ ଖବର