ପୁଲଓ୍ଵାମାରେ ପୁଲିସ୍‌ ଷ୍ଟେସନ୍‌ ଉପରେ ଗ୍ରେନେଡ ମାଡ଼: ୧୦ ଆହତ, ୩ ଗୁରୁତର

ପୁଲଓ୍ଵାମା: ଜମ୍ମୁ-କଶ୍ମୀରର ପୁଲଓ୍ଵାମାସ୍ଥିତ ପୁଲିସ୍‌ ଷ୍ଟେସନ୍‌ରେ ମଙ୍ଗଳବାର ସଂଧ୍ୟାରେ ଗ୍ରେନେଡ୍‌ ମାଡ଼ ହୋଇଛି। ଏହି ଗ୍ରେନେଡ ଆକ୍ରମଣରେ ୧୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଗୁରୁତରମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ଶ୍ରୀନଗର ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ କାଲି ସେନା ଗାଡ଼ି ଯାଉଥିବା ବେଳେ ଆତଙ୍କବାଦୀମାନେ ପୁଲଓ୍ଵାମାରେ ଆଇଇଡି ବିସ୍ଫୋରଣ ଘଟାଥିଲେ। ଏହି ବିସ୍ଫୋରଣରେ ୧୮ ଜଣ ଯବାନ ଆହତ ହୋଇଥିଲେ। ଗୁରୁତରମାନଙ୍କୁ ସେନା ହସ୍ପିଟାଲ୍‌କୁ ନିଆ ଯାଇଥିଲା।

ସମ୍ବନ୍ଧିତ ଖବର