ନୂଆଦିଲ୍ଲୀ: ବାରାଣସୀରୁ ଦିଲ୍ଲୀ ଯିବା ବାଟରେ ଅସଜ ହେବାର ଦିନକ ପରେ ଅର୍ଥାତ୍ ରବିବାର ଦିନ ଭାରତର ପ୍ରଥମ ସେମି-ହାଇସ୍ପିଡ୍ ଟ୍ରେନ୍ ‘ବନ୍ଦେ ଭାରତ ଏକ୍ସ୍ପ୍ରେସ୍’ ପ୍ରଥମ କରି ବ୍ୟାବସାୟିକ ଚଳାଚଳ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ୍ ଟୁଇଟ୍ କରିଛନ୍ତି: ଆଜି ସକାଳେ ବନ୍ଦେ ଭାରତ ଏକ୍ସ୍ପ୍ରେସ୍ ତା’ର ପ୍ରଥମ ବ୍ୟାବସାୟିକ ଯାତ୍ରାରେ ଦିଲ୍ଲୀରୁ ବାରାଣସୀ ଅଭିମୁଖେ ଯାତ୍ରା କରିଛି। ଆଗାମୀ ଦୁଇ ସପ୍ତାହ ସକାଶ ଏହାର ସମସ୍ତ ଟିକିଟ୍ ବୁକିଙ୍ଗ୍ ହୋଇ ସାରିଛି। ଆଜି ହିଁ ଆପଣମାନେ ଟିକିଟ୍ କରନ୍ତୁ!
ଶନିବାର ରାତିରେ ଜାରି ହୋଇଥିବା ପ୍ରେସ୍ ରିଲିଜ୍ରେ ରେଳବାଇ କହିଛି, ବାରାଣସୀରୁ ପ୍ରତ୍ୟାବର୍ତ୍ତନ ସମୟରେ ବନ୍ଦେ ଭାତର ଏକ୍ସ୍ପ୍ରେସ୍ ତୁଣ୍ଡଲା ଷ୍ଟେସ୍ନ୍ ଠାରୁ ପ୍ରାୟ ୧୮ କିଲୋମିଟର୍ ଟପିବା ପରେ ଜାତୀୟ ରାଜଧାନୀ ଅଞ୍ଚଳର ଚାରମରୌଲା ଷ୍ଟେସନ୍ ଠାରେ ଅଟକା ଯାଇଥିଲା। ସମ୍ଭବତଃ କୌଣସି ବାହ୍ୟ ଜିନିଷରେ ଧକ୍କା ଖାଇଥିବା ଯୋଗୁଁ ୪ଟି କୋଚ୍ର ଶେଷ ଦୁଇ ବେସିକ୍ ୟୁନିଟ୍ ସହ ଯୋଗାଯୋଗରେ ସମସ୍ୟା ଉପୁଜି ଥିଲା। ତା’ ପରେ ଟେନ୍ରେ ଥିବା ସେଫ୍ଟି ଫିଚର୍ ବ୍ରେକ୍ କଷିଥିଲା। ଟ୍ରେନ୍ର ତ୍ରୁଟିବିଚ୍ୟୁତି ଯାଞ୍ଚ କରାଯିବା ପରେ ତାହା ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା।
ବନ୍ଦେ ଭାରତ ଏକ୍ସ୍ପ୍ରେସ୍ ବୋଲି ନାମିତ କରାଯାଇଥିବା ଟ୍ରେନ୍-ଏଇଟିନ୍ ତା’ର ଉଦ୍ଘାଟନୀ ଯାତ୍ରାରେ ପବିତ୍ର ନଗରୀ ବାରାଣସୀରେ ପହଞ୍ଚିବାର ପ୍ରାୟ ୪୫ ମିନିଟ୍ ପରେ ଶୁକ୍ରବାର ୧୦:୩୦ରେ ବାରାଣସୀ ଜଙ୍କ୍ସନ୍ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।