ନୂଆଦିଲ୍ଲୀ:ଭାରତର ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ (ଟ୍ରନ୍ ୧୮)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ଉଦ୍ଘାଟନ କରିବା ପର ଦିନ ହିଁ ଏଥିରେ ଯାନ୍ତ୍ରିକ ତ୍ରୁଟି ଘଟିଥିବା ଖବର ମିଳିଛି। ଏହି କାରଣରୁ ଏହି ଟ୍ରେନ୍କୁ ଦିଲ୍ଲୀଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ଟୁଣ୍ଡିଲା ଷ୍ଟେସନ୍ଠାରେ ଅଟକାଇ ଦିଆଯାଇଛି। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗତକାଲି ଟ୍ରାଏଲ ରନ୍ରେ ଚାଲୁଥିଲା। ଏହା ରବିବାର ଦିନ ପ୍ରଥମ ଥର ପାଇଁ ଯାତ୍ରୀମାନଙ୍କୁ ନେଇ ଦିଲ୍ଲୀରୁ ବାରାଣାସୀ ଯାଏଁ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନାଯୋଗ୍ୟ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବରିଷ୍ଠ ଭାଜପା ନେତା ମୁରଲୀ ମନୋହର ଯୋଶୀଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଏହାର ଯାତ୍ରା ଶୁଭାରମ୍ଭ କରିଥିଲେ। ରେଳବାଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଏହି ଟ୍ରେନର ଇଂଜିନରେ ଯାନ୍ତ୍ରିକ ତ୍ରୁଟି ଥିଲା ଯାହାକୁ ସଜଡାଯିବ ଓ ରବିବାର ଦିନଠାରୁ ଏହାର ଚଳାଚଳ ଆରମ୍ଭ ହେବ। ଏଥିରେ କୌଣସି ଅସୁବିଧା ନାହିଁ ବୋଲି ମଧ୍ୟ ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।