ବୁମରାଙ୍କ ଜେଜେବାପାଙ୍କ ମୃତ ଦେହ ନଦୀରୁ ଉଦ୍ଧାର, ନାତିଙ୍କୁ ଭେଟିବାକୁ ଆସିଥିଲେ ଅହମଦାବାଦ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରିତ ବୁମରାଙ୍କ ଜେଜେବାପାଙ୍କ ମୃତଦେହ ଅହମଦାବାର ଏକ ନଦୀରୁ ଉଦ୍ଧାର କରାଯାଇଛି। ବୁମରାଙ୍କ ଜେଜେବାପା ସନ୍ତୋଖ ସିଂହ ଗତ ଡିସେମ୍ବର ୮ରେ ନିଖୋଜ ଥିବା ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କୁ ଖୋଜା ଚାଲିଥିଲା। ପୁଲିସ କହିବା ଅନୁସାରେ ସାବରମତୀ ନଦୀର ଗାନ୍ଧି ବ୍ରିଜ ଓ ଦଧିଚୀ ବ୍ରିଚ ମଧ୍ୟରେ ବୃଦ୍ଧ ସନ୍ତୋଖ ସିଂହଙ୍କ ମୃତଦେହ ଉଦ୍ଧାର ହୋଇଛି। ଅହମଦାବାଦ ଅଗ୍ନିଶମ ବିଭାଗ ଦ୍ୱାରା ମୃତଦେହକୁ ଉଦ୍ଧାର କରାଯାଇଛି।

୮୪ ବର୍ଷିଅ ସନ୍ତୋଖ ସିଂହ ଉତ୍ତରଖଣ୍ଡରୁ ଯସପ୍ରିତ ବୁମରାଙ୍କୁ ଭେଟିବା ପାଇଁ ଅହମଦାବାଦ ଆସିଥିଲେ। ସେ ନିଜ ଝିଅ ତଥା ଯଶପ୍ରିତଙ୍କ ପିଉଷୀ ରବିନ୍ଦର କୌରଙ୍କ ଘରେ ଥିଲେ। ରବିନ୍ଦର କୌରଙ୍କ କହିବା ଅନୁସାରେ ଯଶପ୍ରିତଙ୍କ ମାଁ ନିଜର ପୁଅକୁ ଜେଜେବାପାଙ୍କ ସହିତ ଭେଟିବାକୁ ସୁଯୋଗ ଦେଇ ନଥିଲେ। ପାରିବାରିକ କଳହକୁ ନେଇ ସେ ଭେଟିବାକୁ ସୁଯୋଗ ଦେଇ ନଥିଲେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର