ଆଜି ଅନ୍ତଃରାଷ୍ଟ୍ରୀୟ ଆତଙ୍କୀ ଘୋଷିତ ହୋଇପାରେ ମସୁଦ !

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦ ମୁଖ୍ୟ ମସୁଦ ଆଝାର ଉପରେ ପ୍ରତିବନ୍ଧକ ମାମଲାର ବୁଧବାର ବଡ଼ ନିଷ୍ପତ୍ତି ହେବ। ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ମସୁଦକୁ ଅନ୍ତଃରାଷ୍ଟ୍ରୀୟ ଆତଙ୍କୀ ଘୋଷଣା କରିବା ନେଇ ଆପତ୍ତି ରୁଜୁ କରିବାର ଆଜି ଶେଷ ଦିନ। ବୁଧବାର ସନ୍ଧ୍ୟା ସୁଦ୍ଧା ସୁରକ୍ଷା ପରିଷଦର କେତେକ ସଦସ୍ୟ ମସୁଦ ନାମରେ ଆପତ୍ତି ନକଲେ ମସୁଦକୁ ଅନ୍ତଃରାଷ୍ଟ୍ରୀୟ ଆତଙ୍କୀ ଘୋଷିତ କରିବା ପ୍ରକ୍ରିୟା ଆରମ୍ଭ ହୋଇଯିବ। ଅପରାହ୍ନ ୩ଟା ସୁଦ୍ଧା ଜୈସ୍‌ ମୁଖ୍ୟ ମସୁଦକୁ ନେଇ ବଡ଼ ନିଷ୍ପତ୍ତି ଆସିବ ବୋଲି କୁହାଯାଉଛି।

ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦ ମୁଖ୍ୟ ମସୁଦ ଆଝାହରର ପୁଲଓ୍ଵାମା ଆକ୍ରମଣରେ ୪୪ଜଣ ଯବାନ ସହିଦ ହୋଇଥିଲେ। ଏହାପରେ ଫ୍ରାନ୍ସ, ବିଟ୍ରେନ୍‌ ଓ ଆମେରିକା ମସୁଦ ଆଝାହରକୁ ଅନ୍ତଃରାଷ୍ଟ୍ରୀୟ ଆତଙ୍କୀ ଘୋଷିତ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବ ଉପରେ ଏଯାବତ୍‌ ଚୀନ କୌଣସି ଆପତ୍ତି କରି ନାହିଁ। ଚୀନ ପୂର୍ବରୁ ତାହାର ଭିଟୋ ପାଓ୍ଵର ବ୍ୟବହାର କରି ଅନେକ ଥର ମସୁଦକୁ ବଞ୍ଚାଇ ସାରିଛି। ତେବେ ଚୀନ ବିରୋଧ ନକଲେ ମସୁଦ ଉପରେ ଆଜି ପ୍ରତିବନ୍ଧକ ଲାଗିପାରେ।

ସମ୍ବନ୍ଧିତ ଖବର