କେରଳରେ ଏମିତି ବର୍ଷା କେବେ ହୋଇନଥିଲା, ୭ ଦିନରେ ମୃତ୍ୟୁସଂଖ୍ୟା ୬୭ ଛୁଇଁଲା

ତିରୁଅନନ୍ତପୁରମ : କେରଳରେ ଏବର୍ଷ ବର୍ଷା ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଏପରି ବର୍ଷା ଦକ୍ଷିଣଭାରତର ଏହି ରାଜ୍ୟରେ ପୂର୍ବରୁ କେବେ ହୋଇନଥିଲା । ବିଶେଷକରି ଗତ କିଛିଦିନ ଧରି ପ୍ରବଳ ବର୍ଷା ଲାଗି  ରହିଛି । ଦିନକୁ ଦିନ ବର୍ଷା ପରିମାଣ ବଢୁଛି ସିନା କମୁନାହିଁ । କେବଳ ଆଜି ଗୋଟିଏ ଦିନରେ ୨୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହା ସହିତ ଗତ ୯ ତାରିଖରୁ ଆଜି ସୁଦ୍ଧା ମୋଟ ମୃତ୍ୟୁସଂଖ୍ୟା ୬୭ରେ ପହଞ୍ଚିଛି ।  ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସେନା ମୃତୟନ ହୋଇଛି ।

ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଦେଶର ସର୍ବାଧିକ ବର୍ଷା ହୋଇଥିବା ୧୦ ଟି ସ୍ଥାନ ମଧ୍ୟରୁ କେରଳର ସର୍ବାଧିକ ୬ଟି ରହିଥିବାବେଳେ ଓଡ଼ିଶାର ୨ଟି ( ୬ଷ୍ଠ ସ୍ଥାନରେ କୋରାପୁଟ) ଓ ତାମିଲନାଡୁ (ଭାଲପରାଇ ୫ମ)  ଓ ମହାରାଷ୍ଟ୍ରର (ମହାବଳେଶ୍ୱର ୧୦ମ )  ଗୋଟିଏ ଲେଖାଏଁ ସ୍ଥାନ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କେରଳ, ଓଡ଼ିଶା, ଉତ୍ତର-ତାମିଲନାଡୁ, ମଧ୍ୟପ୍ରଦେଶ ଓ କୋଙ୍କଣ ( ମହାରାଷ୍ଟ୍ର,ଗୋଆ ଓ କର୍ଣ୍ଣାଟକର ଉପକୂଳ ଅଞ୍ଚଳ) ରେ ପ୍ରବଳ ବର୍ଷା ହୋଇଥିବାବେଳେ ଆଗାମା ୨୪ ଘଣ୍ଟାରେ ମଧ୍ୟ ଏସବୁ ରାଜ୍ୟରେ ପ୍ରବଳ ବର୍ଷାର ପୂର୍ବାନୁମାନ  କରାଯାଇଛି ।

 

 

ସମ୍ବନ୍ଧିତ ଖବର