ମାଂଖୁଟ ହେଲା ଚଳିତ ବର୍ଷର ସବୁଠୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼, ଫିଲିପାଇନ୍ସରେ ମୃତ୍ୟୁ ସଂଖ୍ୟା ୧୦୦ ଟପିବା ଆଶଙ୍କା

ମାନିଲା: ଗତ କାଲି ଫିଲିଫାଇନ୍ସ ଓ ଆଜି  ହଂକଂ ଓ ଚୀନରେ ବ୍ୟାପକ ତାଣ୍ଡବ ରଚାଇଛି ସୁପର ସାଇକ୍ଲୋନ ମାଂଖୁଟ । ଏହାକୁ ଚଳିତ ବର୍ଷର ସବୁଠୁ ଶକ୍ତିଶାଳୀ ସାଇକ୍ଲୋନ ବୋଲି କୁହାଯାଉଛି । ଏହି ସାମୁଦ୍ରିକ ମହାବାତ୍ୟା ଫଳରେ ଫିଲିପାଇନ୍ସରେ ମୃତ୍ୟୁ ସଂଖ୍ୟା ୩୬କୁ  ଛୁଇଁଛି । ଏମାନଙ୍କ ମଧ୍ୟରୁ ୩୨ଜଣ ଉତ୍ତର ଫିଲିପାଇନ୍ସରେ ଥିବା ଇଟଗୋ ସହର ବୋଲି ଜଣାପଡିଛି । ଆହୁରି ୨୯ ଜଣ ନିଖୋଜ ଅଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । କାରଣ ଫିଲିପାଇନ୍ସର ଉତ୍ତରରେ ଥିବା ଏକ ସୁନା ଖଣିରେ ଭୂସ୍ଖଳନ ହେବାରୁ ପ୍ରାୟ ୪୦ଜଣ ଶ୍ରମିକ ପୋତି ହୋଇଯାଇଛି । ସେମାନେ ସମସ୍ତେ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି । ସମଗ୍ର ଉତ୍ତର ଫିଲିପାଇନ୍ସରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତ କାଲି ମାଂଖୁଟ ଫିଲିପାଇନ୍ସ ଛୁଇଁଥିଲା । ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହି ଝଡ଼ର ପ୍ରଭାବରେ ପବନ ଘଣ୍ଟାପ୍ରତି  ୨୦୦ ମାଇଲ ( ୩୨୫ କିଲୋମିଟର) ପର୍ଯ୍ୟନ୍ତ ବଢିଯାଇଥିଲା ।ଏହି ଝଡ଼ ଫଳରେ ମାନିଲାରେ ଶହ ଶହ ଫ୍ଲାଇଟକୁ ବାତିଲ କରାଯାଇଛି । ଏଗୁଡିକ ମଧ୍ୟରେ ଅନେକ ଇଣ୍ଟରନାସନାଲ ଫ୍ଲାଇଟ ଅନ୍ତର୍ଭୁକ୍ତ । ଅନ୍ୟପକ୍ଷରେ ଫିଲିପାଇନ୍ସ ଗ୍ରସ୍ତରେ ଆସିବାକୁ ଥିବା ଚୀନର ବିଦେଶ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵିଙ୍କ ଗ୍ରସ୍ତକୁ ବାତିଲ କରାଯାଇଛି ।

 

ସମ୍ବନ୍ଧିତ ଖବର