ଭାରତକୁ ଲଢୁଆ ଡ୍ରୋନ ପ୍ରଦାନ ବିଷୟରେ ଆସନ୍ତା କାଲି ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଆମେରିକା ମଧ୍ୟରେ ୨+୨ ଶୀର୍ଷ ବୈଠକ । ଏଥିରେ ଉଭୟ ଦେଶ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ହୋଇପାରେ । ଏହା ମଧ୍ୟରେ ରହିଛି ଭାରତକୁ ଲଢୁଆ ଡ୍ରୋନ ହସ୍ତାନ୍ତର ଓ ଉଭୟ ଦେସ ମଧ୍ୟରେ ସାଟେଲାଇଟ ତଥ୍ୟ ଦିଆନିଆ । ଭାରତ ଆମେରିକାଠାରୁ ଲଢୁଆ ପ୍ରିଡେଟର ଡ୍ରୋନ ପାଇଲେ ଭାରତର ସାମରିକ କ୍ଷମତା ବହୁଗୁଣିତ ହୋଇଯିବ । ଭାରତ ସେନା ନପଠାଇ ମଧ୍ୟ ସର୍ଜିକାଲ୍‌ ଷ୍ଟ୍ରାଇକ କରିପାରିବ । ସେହିପରି ସାଟେଲାଇଟ ତଥ୍ୟ ଦିଆନିଆ ହେଲେ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ତଥ୍ୟ ମିଳିପାରିବ ।

ଆସନ୍ତା କାଲିର ବୈଠକ ପାଇଁ ଭାରତ ଗ୍ରସ୍ତରେ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ ଓ ପରରାଷ୍ଟ୍ର ବିଭାଗ ସଚିବ ମାଇକ ପମ୍ପେଓ । ଏହି ଅବସରରେ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ । ମିଳିଥିବା ସୂଚନା ଅନୁସାରେ ଭାରତ ଓ ଆମେରିକା ମଧ୍ୟରେ ୨ଟି ହଟଲାଇନ ପ୍ରତିଷ୍ଠା କରାଯିବ । ପ୍ରଥମ ହଟଲାଇନଟି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ଆମେରିକାର ପରରାଷ୍ଟ୍ର ବିଭାଗ ସଚିବ ମାଇକ ପମ୍ପେଓ ଓ ୨ୟ ହଟଲାଇନଟି ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆମେରିକାର ପ୍ରତିରକ୍ଷା ସଚିବ ଜେମ୍ସ ମାଟିସଙ୍କ ମଧ୍ୟରେ ପ୍ରତିଷ୍ଠା କରାଯିବ ।

ସମ୍ବନ୍ଧିତ ଖବର