ରାହୁଲଙ୍କ ବିମାନରେ ତ୍ରୁଟି : ପାଇଲଟ୍‌ଙ୍କ ବିରୋଧରେ ଏଫ୍‌ ଆଇଆର୍‌

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତ କରିଥିବା ବେଳେ ତାଙ୍କ ବିମାନରେ ହଠାତ୍‌ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହାକୁ ନେଇ କଂଗ୍ରେସ ଉଦ୍‌୍‌ବେଗ ପ୍ରକାଶ କରିବା ସହ ବିମାନର ପାଇଲଟ୍‌ଙ୍କ ବିରୋଧରେ ଏଫ୍‌୍‌ଆଇଆର୍‌ ରୁଜୁ କରିଛି। ଏହି ସ୍ୱତନ୍ତ୍ର ବିମାନ ଭିଟି ଏଭିଏଚ୍‌ରେ ରାହୁଲଙ୍କ ବ୍ୟତୀତ କଂଗ୍ରେସର କୌଶଲ ବିଦ୍ୟର୍ଥୀ ଓ ଅନ୍ୟ ୩ ଜଣ ଥିଲେ। ବିମାନଟି ୯ଟା ୨୦ ମିନିଟ୍‌ରେ ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିଥିବା ବେଳେ ୧୦ଟା ୪୫ରେ ହଠାତ୍‌ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ପରେ ବିମାନ ଗୋଟିଏ ପଟକୁ ଢଳିଯାଇ ଜୋର୍‌ରେ ହଲିବାକୁ ଲାଗିଥିଲା। ତେବେ ତିନିଥର ପ୍ରୟାସ ପରେ ବିମାନକୁ ହୁବଲୀରେ ଜରୁରୀ ଅବତରଣ କରାଯାଇଥିଲା। ଷଡ଼ଯନ୍ତ୍ର କର ଏଭଳି ଯାନ୍ତ୍ରିକ ତ୍ରୁଟି କରାଯାଇଥିବା ସନ୍ଦେହ କରି କୌଶଲ ବିଦ୍ୟାର୍ଥୀ କର୍ଣ୍ଣାଟକ ଡିଜିପିଙ୍କ ନିକଟରେ ଏନେଇ ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି। ବିମାନର ଯାନ୍ତ୍ରିକ ତ୍ରୁଟି ପଛରେ ଷଡ଼ଯନ୍ତ୍ର ଥିଲା ବୋଲି କଂଗ୍ରେସ କହିଛି।

ସମ୍ବନ୍ଧିତ ଖବର