ଅନ୍ତରୀଣ ବଜେଟ୍‌: ପ୍ରଥମ ଥର ଲାଗି ପ୍ରତିରକ୍ଷା ବଜେଟ୍‌ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହେଲା

ନୂଆଦିଲ୍ଲୀ: ପ୍ରଥମ ଥର ଲାଗି ଦେଶର ପ୍ରତିରକ୍ଷା ବଜେଟ୍‌ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ କରାଯାଇଛି। ଆବଶ୍ୟକ କ୍ଷେତ୍ରରେ ଆହୁରି ବୃଦ୍ଧି କରାଯିବ ବୋଲି ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ୍‌ କହିଛନ୍ତି। କେନ୍ଦ୍ର ସରକାର ଦେଶର ସୁରକ୍ଷାକୁ ଗୁରୁତ୍ବ ଦେଉଥିବାରୁ ପ୍ରତିରକ୍ଷା ବଜେଟ୍‌କୁ ବଢ଼ାଇଛନ୍ତି। ସେନାର ଆଧୁନିକୀକରଣ ଲାଗି ଅର୍ଥର ଆବଶ୍ୟକତା ରହିଥିବା ଯୋଗୁଁ ବଜେଟ୍‌ରେ ସରକାର ଅର୍ଥ ବ୍ୟବସ୍ଥା କରିଛନ୍ତି।

ପ୍ରତିରକ୍ଷା ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ଆମର ସୈନିକମାନେ  କଠିନରୁ ଅତି କଠିନ ପରିସ୍ଥିତିର ସାମ୍ନା କରି  ଦେଶକୁ ରକ୍ଷା କରୁଛନ୍ତି । ତେଣୁ ସରକାର ସୈନ୍ୟଙ୍କ ହିତକୁ ଦୃଷ୍ଟିରେ ରଖି ପ୍ରାୟ ୪୦ ବର୍ଷ ହେବ ସେନା ପକ୍ଷରୁ କରାଯାଇଥିବା ଦାବିକୁ ପୂରା କରାଯାଇଛି । ଫରେଷ୍ଟ ର‌୍ୟାଙ୍କ ଏବଂ ଫରେଷ୍ଟ ପେନସନ୍ ଅନୁଯାୟୀ ସରକାର ଅବସରପ୍ରାପ୍ତ ସୈନିକଙ୍କୁ ପେନସନ୍ ପ୍ରଦାନ କରାଯିବ। ଏଥିଲାଗି ୩୫ ହଜାର କୋଟି ଟଙ୍କାର ବ୍ୟବସ୍ଥା ବଜେଟରେ ରହିଛି।

ଦୈନିକ ୨୭ କିଲୋମିଟର ରାଜପଥ ନିର୍ମାଣ କରି ଭାରତ ବିଶ୍ୱରେ କ୍ଷୀପ୍ରତମ ରାଜପଥ ନିର୍ମାତା ହୋଇ ପାରିଛି। ଦଶନ୍ଧି ଦଶନ୍ଧି ଧରି ପଡ଼ି ରହିଥିବା ପ୍ରକଳ୍ପଗୁଡ଼ିକୁ ସରକାର ପୂର୍ଣ୍ଣ କରିଛନ୍ତି।

ଆଜି ସମଗ୍ର ଭାରତରେ ବ୍ରୋଡ୍‌ ଗଜ୍‌ରେ କୌଣସି ମାନବବିହୀନ ଲେଭଲ୍‌ କ୍ରସିଙ୍ଗ୍‌ ନାହିଁ। ଏ ବର୍ଷ ଉତ୍ତର ପୂର୍ବାଞ୍ଚଳର ବିକାଶ ଲାଗି ଅନୁଦାନ ୫୮, ୧୬୬ ଟଙ୍କାକୁ ବୃଦ୍ଧି ପାଇଛି। ଗତ ବର୍ଷ ଠାରୁ ଏହାର ବୃଦ୍ଧି ହାର ୨୧%।

ସମ୍ବନ୍ଧିତ ଖବର