ସର୍ବପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଜମ୍ମୁ- କଶ୍ମୀରର ଆଗୁଆ ଘାଟୀ ବଲବୀର ପୋଷ୍ଟକୁ ଗସ୍ତ କରିବା ସହ ସ୍ଥିିତି ଅନୁଧ୍ୟାନ କଲେ ନିର୍ମଳା ସୀତାରମଣ

ଜମ୍ମୁ- କଶ୍ମୀର/ ନୂଆଦିଲ୍ଲୀ: ଦେଶର ସର୍ବପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ଆଜି (ରବିବାର) ଦେଶର ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତଙ୍କ ସହ ସୀମାନ୍ତରେ ଥିବା ଆଗୁଆ ଘାଟୀ ଅଞ୍ଚଳ ବଲବୀର ପୋଷ୍ଟ ଗସ୍ତ କରିବା ସହ ପ୍ରତ୍ୟକ୍ଷ ଭାବେ ସେଠାରେ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଗୁଆ ଘାଟୀ ଅଞ୍ଚଳ ବଲବୀର ପୋଷ୍ଟ ଗସ୍ତ କରିବାରେ ନିର୍ମଳା ସୀତାରମଣ ଦେଶର ସର୍ବପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଥିବା ଜାଣିବାକୁ ମିଳିଛି।

ଜମ୍ମୁ- କଶ୍ମୀର ସୀମାନ୍ତରେ ପାକିସ୍ତାନ ଚୀନ୍‌ ସହଯୋଗରେ ନିଜର ସାମରିକ ଶକ୍ତିର ବିସ୍ତାର ଘଟାଇବା ସହ ଏକାଧିକ ବଙ୍କର ଓ ହେଲିପ୍ୟାଡ୍‌ ନିର୍ମାଣ କରି ଅସ୍ତଶସ୍ତ୍ର ଆଣି ଠୁଳ କରୁଥିବା ନେଇ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଗୁଇନ୍ଦା ବିଭାଗ କେନ୍ଦ୍ର ସୁରକ୍ଷା ମନ୍ତ୍ରାଳୟକୁ ରିପୋର୍ଟ ଦେବା ପରେ ପ୍ରତିରକ୍ଷା ମନ୍ତ୍ରୀ ସୀମାନ୍ତର ଆଗୁଆ ଘାଟୀ ଅଞ୍ଚଳକୁ ଗସ୍ତ କରିବା ସହ ପ୍ରତ୍ୟକ୍ଷ ଭାବେ ସ୍ଥିତି ଅନୁଧ୍ୟାନ କରୁଥିବା ଜାଣିବା ପାଇଁ ମିଳିଛି।


ଜମ୍ମୁ- କଶ୍ମୀର ସୀମାନ୍ତରେ ଥିବା ଆଗୁଆ ଘାଟୀ ଅଞ୍ଚଳ ବଲବୀର ପୋଷ୍ଟକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସଙ୍ଗରେ ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତଙ୍କୁ ଧରି ଗସ୍ତ କରିବା ସହ ସେଠାରେ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିବା ୨୮ ଇନ୍‌ଫ୍ରାନ୍‌ଟ୍ରି ଡିଭିଜନର ଯବାନମାନଙ୍କ ସହ ଭାବର ଆଦାନପ୍ରଦାନ କରି ସେମାନଙ୍କର ସୁବିଧା ଅସୁବିଧା ବୁଝିବା ସହ ସୀମାନ୍ତରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର