ହାଲୁକା ଲଢୁଆ ବିମାନ ‘ତେଜସ୍‌’ରେ ଉଡ଼ିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ଗୁରୁବାର ପୂର୍ବାହ୍ନରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବେଙ୍ଗାଲୁରୁସ୍ଥିତ ‘ହାଲ୍‌’ ବିମାନ ବନ୍ଦରରୁ ହାଲୁକା ଲଢୁଆ ବିମାନ ତେଜସ୍‌ରେ ଉଡ଼ିଛନ୍ତି। ୬୮ ବର୍ଷିୟ ରାଜନାଥ ସିଂହ ଦୁଇ ଆସନବିଶିଷ୍ଟ ଲଢୁଆ ଜେଟ୍‌ କକ୍‌ପିଟ୍‌ରେ ଥିବା ପାଇଲଟ୍‌ଙ୍କ ପଛ ପଟେ ବସିଥିଲେ। ନ୍ୟାସ୍‌ନାଲ୍‌ ଫ୍ଲାଇଟ୍‌ ଟେଷ୍ଟ୍‍ ସେଣ୍ଟର୍‌ର ପ୍ରୋଜେକ୍ଟ୍‌ ଡାଇରେକ୍ଟର୍‌ (ଫ୍ଲାଇଟ୍‌ ଟେଷ୍ଟ୍‍) ଏୟାର୍‌ ଭାଇସ୍‌ ମାର୍ସାଲ୍‌ ନର୍ମଦେଶ୍ୱର ତିଓ୍ଵାରି ଏହି ବିମାନକୁ ଚଳାଇଥିଲେ।

୩୦ ମିନିଟିଆ ଉଡ଼ାଣ ପୂର୍ବରୁ ରାଜନାଥ ସିଂହ ୪୫ ସ୍କ୍ଵାଡ୍ରୋନ୍‌ ଫ୍ଲାଇଙ୍ଗ୍‌ ଡାଗର୍‌ଙ୍କ ଦ୍ୱାରା ଏଲ୍‌ସିଏ ତେଜସ୍‌ର କ୍ଷମତା ସଂକ୍ରାନ୍ତରେ ଅବଗତ ହୋଇଥିଲେ। ରାଜନାଥ ମଧ୍ୟ ପୂର୍ଣ୍ଣରୂପେ ଭାରତରେ ବିକଶିତ ଏହି ଲଢୁଆ ବିମାନ ସହ ପରିଚିତ ହୋଇଥିଲେ।

Image Source: NDTV

ହିନ୍ଦୁସ୍ତାନ ଏରୋନଟିକ୍ସ୍‍ ଲିମିଟେଡ୍‌ ଏବଂ ଏରୋନଟିକାଲ୍‌ ଡେଭଲପ୍‌ମେଣ୍ଟ୍‌ ଏଜେନ୍‌ସି ଦ୍ୱାରା ତେଜସ୍‌ର ଡିଜାଇନ୍‌ ଓ ବିକାଶ କରାଯାଇଛି। ମିଗ୍‌-୨୧ ବାଇସନ୍‌ ପରିବର୍ତ୍ତେ ଗୋଟିଏ ଇଞ୍ଜିନ୍‌ ଥିବା ତେଜସ୍‌କୁ ବାୟୁସେନାରେ ସାମିଲ କରାଯିବ। ୨୦୧୭ରେ ଡିଫେନ୍‌ସ୍‌ ଆକ୍ୱିଜିସନ୍‌ କାଉନ୍‌ସିଲ୍‌ ୮୩ଟି ଏଲ୍‌ସିଏ ତେଜସ୍‌ ଖରିଦ କରିବାକୁ ଅନୁମୋଦନ କରିଛି

ସମ୍ବନ୍ଧିତ ଖବର