ପାକିସ୍ତାନକୁ ଅଯଥା ଗସ୍ତ ସ୍ଥଗିତ କରିବାକୁ ନାଗରିକମାନଙ୍କୁ କହିଲା ଆମେରିକା

ଓ୍ଵାସିଂଟନ୍‌: ଅତି ଆବଶ୍ୟକ ନ ଥିଲେ ପାକିସ୍ତାନକୁ ନ ଯିବା ପାଇଁ ଶୁକ୍ରବାର ଦିନ ଆମେରିକା ନିଜର ନାଗରିକମାନଙ୍କୁ କହିଛି। ସେମାନଙ୍କ ପ୍ରତି ପାକିସ୍ତାନରେ ବିଦେଶୀ ଏବଂ ଦେଶୀ ଆତଙ୍କବାଦୀ ଦଳ ତରଫରୁ ବିପଦ୍‌ ରହିଛି।

ପାକିସ୍ତାନରେ ସାମ୍ପ୍ରଦାୟିକ ଆକ୍ରମଣ ସମେତ ଆତଙ୍କବାଦୀ ହିଂସାକାଣ୍ଡ ବଢ଼ି ଚାଲିଥିବାରୁ ଆମେରିକା ଏ ଭଳି ସତର୍କ ସୂଚନା ଦେଇଛି।

ସାତ ମାସର ବ୍ୟବଧାନ ପରେ ଦିଆଯାଇଥିବା ଭ୍ରମଣ ଚେତାବନୀରେ ଷ୍ଟେଟ୍‌ସ୍‌ ଡିପାର୍ଟମେଣ୍ଟ୍‌ ଆମେରିକୀୟମାନଙ୍କୁ ଚେତାଇ ଦେଇ କହିଛନ୍ତି କି, ଅଯଥାରେ ସେମାନେ ଦକ୍ଷିଣ ଏସୀୟ ଦେଶକୁ ଯାଆନ୍ତୁ ନାହିଁ।

ଗତ ମେ ୨୨ ତାରିଖରେ ଏ ଭଳି ଏକ ଭ୍ରମଣ ସତର୍କତା ଜାରି କରା ଯାଇଥିଲା।

ପାକିସ୍ତାନରେ ଆତଙ୍କବାଦୀ ହିଂସାକାଣ୍ଡ ବଢ଼ି ଚାଲୁଛି। ସରକାରୀ କର୍ମଚାରୀ, ସାମାଜିକ କର୍ମୀ, ଏନ୍‌ଜିଓ କର୍ମଚାରୀ, ଜନଜାତି ମୁଖିଆ ଏବଂ ଆଇନ୍‌ ପ୍ରବର୍ତ୍ତନ କର୍ମଚାରୀମାନେ ସାମ୍ପ୍ରଦାୟିକ ଆକ୍ରମଣର ସରବ୍ୟ ହେଉଛନ୍ତି ବୋଲି ଷ୍ଟେଟ୍‌ସ୍‌ ଡିପାର୍ଟମେଣ୍ଟ୍‌ କହିଛି।

ସମଗ୍ର ପାକିସ୍ତାନରେ ବିଦେଶୀ ଏବଂ ଦେଶୀ ଆତଙ୍କବାଦୀ ଦଳ ଆମେରିକୀୟମାନଙ୍କ ପ୍ରତି ବିପଦ୍‌ର କାରଣ ହୋଇ ରହିଛନ୍ତି।

ଅତୀତରେ ଆତଙ୍କବାଦୀମାନେ ଆମେରିକୀୟ କୂଟନୀତିଜ୍ଞ ଏବଂ ଦୂତାବାସ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି। ପ୍ରମାଣରୁ ଜଣା ପଡୁଛି ସେମାନେ ଆକ୍ରମଣ ଚାଲୁ ରଖି ପାରନ୍ତି।

ସମ୍ବନ୍ଧିତ ଖବର