ପ୍ୟାକେଟ୍‌ରେ ମିଳିଲାଣି ଶୁଦ୍ଧ ଅମ୍ଳଜାନ: ଏଣିକି ପ୍ରଦୂଷଣରୁ ମୁକ୍ତି ପାଇଁ ପବନ ପାଇଁ ବି ଟଙ୍କା ଦରକାର

ନୂଆଦିଲ୍ଲୀ: କିଛି ବର୍ଷ ତଳେ ଶୁଦ୍ଧ ଅମ୍ଳଜାନ ଆମମାନଙ୍କୁ ମାଗଣାରେ ମିଳୁଥିଲା। ମାତ୍ର ସମୟ ବଦଳୁଛି, ତା’ ସହ ଧୀରେ ଧୀରେ ସବୁ କିଛି ବଦଳୁଛି। ଏଣିକି ଶୁଦ୍ଧ ଅମ୍ଳଜାନ ଟିକେ ପାଇବା ପାଇଁ ଆମକୁ ଅର୍ଥ ବ୍ୟୟ କରିବାକୁ ହେବ। ବିଶେଷ କରି ଦିଲ୍ଲୀର ବାତାବରଣ ଏବେ ଏତେ ପ୍ରଦୂଷିତ ଯେ ସେଠାରେ ରହିବା ମୁସ୍‌କିଲ ହୋଇ ପଡୁଛି।

ସୂଚନା ମୁତାବକ, ୨୦୧୬ ମସିହାରେ ଗ୍ୟାସ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ(ଜିଏଆଇଏଲ୍‌) ପକ୍ଷରୁ ଏକ ପ୍ରଚାର ହୋଇଥିଲା। ୟୁଟ୍ୟୁବ୍‌ରେ ଏକ ଭିଡିଓ ଦେଖିବାକୁ ମିଳିଥିଲା। ଯେଉଁଥିରେ ଦିଲ୍ଲୀବାସୀଙ୍କୁ ପ୍ୟାକେଟ୍‌ରେ ଶୁଦ୍ଧ ପବନ ପ୍ରଦାନ କରିବା ଦର୍ଶାଯାଇ ପ୍ରଚାର ହୋଇଥିଲା।

ଦିଲ୍ଲୀ ବାସ୍ତବରେ ଶୁଦ୍ଧ ଅମ୍ଳଜାନର ଖୋଜ୍‌ରେ ଥିବା ବେଳେ ସେହି ପ୍ରଚାରଟି ସମସ୍ତଙ୍କୁ ଚକିତ କରାଇଥିଲ। କିଛି ଦିନ ତଳେ ସମସ୍ତଙ୍କୁ ଚକିତ କାରାଉଥିବା ପରି ପ୍ରଚାରଟି ଏବେ ଦୁଃଖଦ ବାସ୍ତବ ହୋଇ ସାମ୍ନାରେ ଠିଆ ହୋଇଛି।

ଔଜେୟାର୍‌, ଭିଟାଲିଟି ଏୟାର୍‌ ଏବଂ ଇଣ୍ଡିଆନ୍‌ ବ୍ରାଣ୍ଡ୍‌ ପିଓରୋ ହିମାଲୟାନ ଏୟାର୍‌ ପରି କମ୍ପାନିଗୁଡ଼ିକ ଏବେ ସତକୁ ସତ ବୋତଲେ ଶୁଦ୍ଧ ଅମ୍ଳଜାନ ବିକ୍ରି କରୁଥିବା ସୂଚନା ରହିଛି। ପିଓରୋ ହିମାଲୟାନ ଏୟାର୍‌ ୫୫୦ ଟଙ୍କାରେ ୧୦ ଲିଟର୍‌ ଶୁଦ୍ଧ ଅମ୍ଳଜାନ ବିକ୍ରି କରୁଥିବା ସୂଚନା ରହିଛି।

ଏହି ଚିନ୍ତାଧାର ପ୍ରଥମେ କାନାଡାର ଭିଟାଲିଟି ଏୟାର୍‌ କମ୍ପାନି ବାହର କରିଥିଲା। ପରେ ଅଷ୍ଟ୍ରେଲିଆନ୍‌ କମ୍ପାନି ଔଜେୟାର ବି ଅମ୍ଳଜାନ ବିକ୍ରି କରିବାରେ ଲାଗିଲା। ଔଜେୟାର କମ୍ପାନି ୧୫୦୦ ଟଙ୍କାରେ ୭.୫ ଲିଟର୍‌ ଅମ୍ଳଜାନ ବିକୁଛି।

ସମ୍ବନ୍ଧିତ ଖବର