ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ ପାଇଁ ୬ ଘଣ୍ଟା ଅପେକ୍ଷା କଲେ କେଜ୍ରିୱାଲ୍‌

କେଜ୍ରିୱାଲ୍‌ଙ୍କ ବିରୋଧରେ ବିଜେପିର ପ୍ରାର୍ଥୀ ସୁନୀଲ ଯାଦବ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପ୍ରାର୍ଥିପତ୍ର ଦାଖଲ କରିବାକୁ ସେଜାମନଗର ହାଉସ୍‌ ସ୍ଥିତ ନିର୍ବାଚନ ଅଧିକାରୀଙ୍କ ଅଫିସ୍‌ରେ ଅପରାହ୍ନ ପ୍ରାୟ ୧୨.୩୦ରେ ପହଞ୍ଚିଥି‌ଲେ। ତେବେ କେଜ୍ରିୱା‌ଲ୍‌ଙ୍କ ପ୍ରାର୍ଥିପତ୍ର ଦାଖଲରେ ଆଜି ବହୁତ ବିଳମ୍ବ ହୋଇଥିଲା। ପ୍ରାର୍ଥିପତ୍ର ଦାଖଲ ପାଇଁ ତାଙ୍କୁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିଥିଲା। ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଆଜି ପ୍ରାର୍ଥିପତ୍ର ଦାଖଲର ଶେଷଦିନ ଥିବାବେଳେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ ପାଇଁ ଜାମନଗର ହାଉସ୍‌ରେ ପହଞ୍ଚିଥିଲେ। ସ୍ବାଧୀନ ପ୍ରାର୍ଥୀମାନେ ଦାବି କରିଥିଲେ ଯେ କେଜ୍ରିୱାଲ୍‌ଙ୍କୁ ମଧ୍ୟ ସେମାନଙ୍କ ଭଳି ଧାଡ଼ିରେ ଠିଆ ହେବାକୁ ପଡ଼ିବ। ତେଣୁ କେଜ୍ରିୱାଲ୍ ପ୍ରାର୍ଥିପତ୍ର ଦାଖଲ ପାଇଁ ଧାଡ଼ିରେ ଠିଆ ହେବାକୁ ବାଧ୍ୟ ହୋଇଥିଲେ। କେଜ୍ରିୱାଲ୍‌ କହିଛନ୍ତି, ଗଣତନ୍ତ୍ରରେ ଅନେକ ଲୋକ ଅଂଶଗ୍ରହଣ କରୁଥିବାରୁ ସେ ଖୁବ୍‌ ଖୁସିବ୍ୟକ୍ତ କରୁଛନ୍ତି। କେଜ୍ରିୱାଲ୍‌ଙ୍କ ପ୍ରାର୍ଥ୍ରିପତ୍ର ଦାଖଲରେ ବିଳମ୍ବ ପାଇଁ ଆପ୍‌ ବିଜେପିକୁ ଦାୟୀ କରିଛି। ସଠିକ୍‌ କାଗଜପତ୍ର ନଥାଇ ପ୍ରାୟ ୩୫ ଜଣ ପ୍ରାର୍ଥୀ ଆଜି ଉଦ୍ଦେଶ୍ୟମୂଳକ ଭାବେ ପ୍ରାର୍ଥିପତ୍ର ଦାଖଲ ପାଇଁ ଆସିଥିଲେ ବୋଲି ଆପ୍‌ କହିଛି।

କୁମାର ବିଶ୍ବାସଙ୍କ ନିଶାଣରେ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଭାରତୀୟ ଯବାନଙ୍କୁ ସାଲ୍ୟୁଟ୍‌ ଜଣାଇ ଏକ ଟ୍ବିଟ୍‌ କରିବା ପରେ ଆପ୍‌ର ବିଦ୍ରୋହୀ ନେତା କୁମାର ବିଶ୍ବାସ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ଯେଉଁମାନେ ଭାରତୀୟ ଯବାନଙ୍କ କାର୍ଯ୍ୟକୁ ନେଇ ସନ୍ଦେହ ପ୍ରକାଶ କରି ପରୋକ୍ଷରେ ନିନ୍ଦିତ କରିଥିଲେ, ସେମାନେ ଏବେ ତାଙ୍କୁ ସାଲ୍ୟୁଟ୍‌ ଜଣାଉଛନ୍ତି ବୋଲି କୁମାର ବିଶ୍ବାସ କହିଛନ୍ତି। ଆଗକୁ ନିର୍ବାଚନ ଥିବାରୁ ନେତାଙ୍କ ପରିଭାଷା ବଦଳି ଯାଉଛି। ବିଶ୍ବାସ କେଜ୍ରିୱାଲ୍‌ଙ୍କୁ ଜଣେ ଷଡ଼ଯନ୍ତ୍ରକାରୀ ବୋଲି କହିଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏହାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଘୋଷଣା କରିଛି। ଏହି ତାଲିକାରେ ବିଜେପି ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷ ସୁନୀଲ ଯାଦବଙ୍କୁ ନୂଆଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଛି। ସୁନୀଲ ନୂଆଦିଲ୍ଲୀ ଆସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବି‌ରୋଧରେ ନିର୍ବାଚନ ଲଢ଼ିବେ। ସୁନୀଲ ଭାରତୀୟ ଜନତା ଯୁବ ମୋର୍ଚ୍ଚା (ବିଜେୱାଇଏମ୍‌)ର ରାଜ୍ୟ ସଭାପତି। ସେ ଜଣେ ଆଇନଜୀବୀ ଏବଂ ସାମଜିକ କର୍ମୀ। ଯୁବ ‌ମୋର୍ଚ୍ଚାର ମଣ୍ଡଳ ଅଧ୍ୟକ୍ଷ ଭାବେ ସେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସୁନୀଲ ଯାଦବଙ୍କର ଟ୍ବିଟରରେ ପ୍ରାୟ ୧୬,୩୦୦ ଅନୁଗାମୀ ଅଛନ୍ତି। ୨୦୧୫ ବିଧାନସଭା ନିର୍ବାଚନରେ କେଜ୍ରିୱା‌ଲ୍‌ ନୂଆଦିଲ୍ଲୀ ଆସନରୁ ୬୪ ପ୍ରତିଶତ ଭୋଟ୍‌ ସହ ନିର୍ବାଚନ ଜିତିଥିଲେ।

ସମ୍ବନ୍ଧିତ ଖବର