ଆପ୍‌କୁ ଦିଲ୍ଲୀ ବିଜେପି ପଠାଇଲା ୫୦୦ କୋଟିର ମାନହାନୀ ନୋଟିସ୍‌

ନୂଆଦିଲ୍ଲୀ : ଦିଲ୍ଲୀ ବି‌ଜେପି ପକ୍ଷରୁ ଆପ୍‌ (ଆମ ଆଦମୀ ପାର୍ଟି)କୁ ୫୦୦ କୋଟି ଟଙ୍କାର ମାନହାନୀ ନୋଟିସ୍‌ କରାଯାଇଛି। ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାବେଳେ ଆପ୍‌ର ପ୍ରଚାର ଭିଡିଓରେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ନାଚୁଥିବାର ଦେଖିବାକୁ ମିଳିଛି। ତିୱାରୀଙ୍କ ଭୋଜପୁରୀ ଆଲବମ୍‌ ଏଡିଟ୍‌ କରାଯାଇ ଏହି ଭିଡିଓ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ତେବେ ତିୱାରୀ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ନିର୍ବାଚନ ପାଇଁ ତାଙ୍କ ଭିଡିଓକୁ ବ୍ୟବହାର କରିବାର ଅଧିକାର ଆପ୍‌କୁ କିଏ ଦେଲା। ତିୱାରୀ କହିଛନ୍ତି, ଏହି ଭିଡିଓ ସଂକ୍ରାନ୍ତରେ ନିର୍ବାଚନ କମିସନ୍‌ଙ୍କ ନିକଟରେ ଅଭିଯୋଗ କରାଯାଇଛି ଏବଂ ଏହାଦ୍ବାରା ତିୱାରୀଙ୍କ ମାନହାନୀ ହୋଇଥିବାରୁ ଆପ୍‌କୁ ୫୦୦ କୋଟି ଟଙ୍କାର ମାନହାନୀ ନୋଟିସ୍‌ ପଠାଯାଇଛି। କିନ୍ତୁ ଆପ୍‌ ପକ୍ଷରୁ ବିଜେପିର ଟିପ୍ପଣୀ ଉପରେ ଏଯାବତ୍‌ କୌଣସି ପ୍ରତିକ୍ରିୟା ରଖାଯାଇନି।

ସମ୍ବନ୍ଧିତ ଖବର