ଯେତେବେଳେ ବି କାଶୁଥିଲା ବାଳକ ଆସୁଥିଲା ସିଟି ମାରିବାର ଶବ୍ଦ,କାରଣ ଜାଣିବା ପରେ ଉଡ଼ିଲା ଡ଼ାକ୍ତରଙ୍କ ହୋସ

ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ନାବାଳକ ସହ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନାବାଳକ ଜଣକ କାଶିବା ସମୟରେ ସିଟି ମାରିବା ଭଳି ଶବ୍ଦ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପୁଅର ଏଭଳି ଅବସ୍ଥା ଦେଖି ପରିବାର ଲୋକେ କାରଣ ଜାଣିବା ପାଇଁ ତାକୁ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନକୁ ଆଣିଥିଲେ । ସେଠାରେ ଡ଼ାକ୍ତର ସବୁ କଥା ଶୁଣିବା ପରେ ଗଳାରେ ସଂକ୍ରମଣ ହେଉଥିବାରୁ ଏପରି ହେଉଥିବା ଭାବିଥିଲେ । କିନ୍ତୁ ପରେ ନାବାଳକର ସ୍ୱାସ୍ଥ୍ୟ ପୂରା ଠିକ୍‌ ଥିବା ଜାଣିଥିଲେ ଡ଼ାକ୍ତର । ପରେ ଏହାର କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

www.ndtv.com

ଏହାପରେ ପିଲାର ଡ଼ାକ୍ତର ଏକ୍ସରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏକ୍ସରେ ସମୟରେ ନାବାଳକର ବାମ ପଟ ପଞ୍ଜରାର ମଝି ଏବଂ ତଳ ଭାଗରେ ନିଶ୍ୱାସ ନେବା ସମୟରେ କିଛି ଅସୁବିଧା ହେଉଥିବାର ଦେଖିଥିଲେ ଡ଼ାକ୍ତର । କିନ୍ତୁ କିଛି ସ୍ପଷ୍ଟ ଭାବେ କାରଣ ଜଣା ପଡ଼ି ନଥିଲା । ସବୁ ପରୀକ୍ଷା ପରେ କିଛି ଜଣା ନ ପଡ଼ିବାରୁ ପୀଡ଼ିତଙ୍କ ମାତା-ପିତା କାଶ ହେବା ପୂର୍ବରୁ ପୀଡ଼ିତ ସିଟି ସହ ଖେଳୁଥିବା ଡ଼ାକ୍ତରଙ୍କୁ କହିଥିଲେ । ଏ ବିଷୟରେ ଜାଣି ଡ଼ାକ୍ତରୀ ଟିମ୍‌ ପୀଡ଼ିତଙ୍କ ରେଡ଼ିଓଗ୍ରାଫି କରାଇଥିଲେ । ରେଡ଼ିଓଗ୍ରାଫି ପରେ ପୀଡ଼ିତଙ୍କ ଶରୀର ମଧ୍ୟରେ କିଛି ବାହାର ଜିନିଷ ଥିବା ଜାଣିବାକୁ ପାଇଥିଲେ ଡ଼ାକ୍ତର । ଏହା ପରେ ବ୍ରୋଙ୍କୋସ୍କୋପି କରାଯିବା ପରେ ପୀଡ଼ିତଙ୍କ ଶ୍ୱାସ ନଳୀରେ ସିଟି ଫସି ରହିଥିବା ଜଣା ପଡ଼ିଥିଲା ।ଏଥିପାଇଁ ପୀଡ଼ିତ କାଶିବା ସମୟରେ ସିଟି ମାରିବା ଭଳି ଶବ୍ଦ ହୋଇଥିଲା । ପରେ ସିଟିକୁ ଶ୍ୱାସନଳୀରୁ ବାହାର କରିବା ପରେ ସମସ୍ୟାର ସମାଧାନ ହୋଇଥିଲା ।

ସମ୍ବନ୍ଧିତ ଖବର