ବରଣମାଳା ବଦଳ ଚାଲୁଥିବା ବେଳେ ହଠାତ୍‌ କନ୍ୟା ଦେହରେ ବାଜିଲା ଗୁଳି, ତୁରନ୍ତ କରାଗଲା ଚିକିତ୍ସା, ତା’ ପରେ…

ନୂଆଦିଲ୍ଲୀ : ଦିଲ୍ଲୀର ଶକରପୁରରେ ବିବାହ ସମୟରେ ଏକ ଅଘଟଣା ଘଟିଥିବା ସାମ୍ନାକୁ ଆସିଛି । ବିବାହ ସମୟରେ ବରଣମାଳା ପାଇଁ ବର କନ୍ୟା ଷ୍ଟେଜ୍‌ ଉପରେ ଠିଆ ହୋଇଥିବା ବେଳେ ଏହି ସମୟରେ କନ୍ୟାର ପାଦରେ ଆସି ଏକ ଗୁଳି ବାଜିଥିଲା । ଗୁଳି ବାଜିବା କ୍ଷଣି କନ୍ୟା ଅଚେତ ହୋଇ ଯାଇଥିଲେ । ଏହା ଦେଖି ତାଙ୍କୁ ତୁରନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ବିଶ୍ରାମ ନ କରି କନ୍ୟା ଡ଼ାକ୍ତରଖାନାରୁ ଆସି ବିବାହ ବେଦୀରେ ବସିଥିଲେ । ପୂର୍ବ ନର୍ଦ୍ଧାରିତ ସମୟରେ ବିବାହ ହୋଇଥିଲା । ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁଳିକାଣ୍ଡ ଗୁରୁବାର ରାତ୍ରି ୧୨ଟା ସମୟରେ ଘଟିଥିବା ବେଳେ ଗୁଳି ଫୁଟାଇବା ପଛରେ କାହାର ହାତ ରହିଛି ସେ ନେଇ ତଦନ୍ତ ଆରମ୍ଭ କରାଯାଇଛି ।

oneindia.com

ଏ ନେଇ ବରର ପ୍ରତିକ୍ରିୟ ମଗା ଯାଇଥିବା। ଏହା ହଠାତ୍‌ ଘଟିଥିଲା । ପୂର୍ବରୁ ଯୋଜନା କରି ଏଭଳି କିଏ କରିଥିଲା ନାଁ ଖୁସିରେ ଫୁଟା ଯାଉଥିବା ଗୁଳି ଆସି କନ୍ୟା ପାଦରେ ବାଜିଥିଲା ତାହା ଜଣା ପଡ଼ି ନ ଥିଲା । ହଠାତ୍‌ ଏହା ଘଟିବାରୁ କେହି ସେ ଦିଗ ପ୍ରତି ଧ୍ୟାନ ନ ଦେଇ କନ୍ୟାକୁ ଡ଼ାକ୍ତରଖାନା ନେଇଥିଲେ । ଏ ନେଇ ପୁଲିସକୁ ସୂଚନା ଦିଆ ଯାଇଥିବା ବେଳେ ସେମାନେ ଏ ନେଇ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର