ଆପ୍ ସହ ମେଣ୍ଟ ପାଇଁ ଦିଲ୍ଲୀ କଂଗ୍ରେସରେ ଫାଟ!

ନୂ୍ଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି(ଆପ୍‌‌) ସହ ନିର୍ବାଚନୀ ମେଣ୍ଟକୁ ନେଇ କଂଗ୍ରେସରେ କନ୍ଦଳ ଦେଖାଦେଇଛି। ଆପ୍‌ ସହ ମେଣ୍ଟ ହେବନି ବୋଲି ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶିଲା ଦୀକ୍ଷିତ ସ୍ପଷ୍ଟ କରିଥିବା ବେଳେ କିଛି ବରିଷ୍ଠ ନେତା ଏବଂ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅପରପକ୍ଷେ, ଦଳର ଅନେକ ବରିଷ୍ଠ ନେତା ଆପ୍‌ ସହ ମେଣ୍ଟ ଚାହାନ୍ତି ଏବଂ ଏ ସଂକ୍ରାନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହିଁ ନେବେ ବୋଲି ଏଆଇସିସି ଇନଚାର୍ଜ ପିସି ଚାକୋ କହିଥିବା ବେଳେ ଶିଲା କିଛି ପ୍ରତିକ୍ରିୟା ରଖିନାହାନ୍ତି। ସୂଚନା‌ଯୋଗ୍ୟ, ଚାକୋ ୫୨,୦୦୦ରୁ ଅଧିକ କର୍ମୀଙ୍କର ଫୋନ୍‌ ସର୍ଭେ କରି ସେମାନେ ଆପ୍‌‌ ସହ ମେଣ୍ଟ ଚାହାନ୍ତି କି ନ‌ା ବୋଲି ଜାଣିବାକୁ ଚାହିଥିଲେ। ଏହାକୁ ଶିଲା ବିରୋଧ କରି ଏହା ହାଇକମାଣ୍ଡ୍‌ଙ୍କ ନିର୍ଦ୍ଦେଶର ବିରୁଦ୍ଧାଚରଣ ବୋଲି ଅଭିଯୋଗ କରିଥିଲେ। ଅପରପକ୍ଷେ, ରାହୁଲଙ୍କ ନିର୍ଦ୍ଦେଶରେ ଫୋନ୍‌ ସର୍ଭେ କରାଯାଇଥିଲା ଏବଂ ଏଥିରେ କେହି ପ୍ରଶ୍ନ ଉଠାଇବା ଉଚିତ୍‌ ନୁ‌ହେଁ ବୋଲି ପୂର୍ବତନ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅଜୟ ମାକେନ କହିଛନ୍ତି।

ସମ୍ବନ୍ଧିତ ଖବର