ଦିଲ୍ଲୀ କୋର୍ଟ ଶୁଣାଇଲେ ରାୟ: ମହିଳାଙ୍କ ଅନୁମତି ବିନା ସେମାନଙ୍କୁ ଛୁଇଁବା ମନା

ଦିଲ୍ଲୀ କୋର୍ଟ ଦେଇଛନ୍ତି ଏକ ଚର୍ଚ୍ଚିତ ରାୟ। ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ମହିଳାଙ୍କ ସହମତି ବିନା କେହି ବି ତାଙ୍କୁ ଛୁଇଁପାରିବେନି। ଏହା ସହ କୋର୍ଟ କହିଛନ୍ତି ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ‘ ଯୌନ ବିକୃତି’ ଭଳି ପୁରୁଷଙ୍କ ଉନ୍ମତ୍ତ କାଣ୍ଡ ଏବେ ବି ଜାରି ରହିଛି। କୋର୍ଟ ୯ ବର୍ଷର ଜଣେ କନ୍ୟାକୁ ଯୌନ ଉତ୍ପୀତନ କରିବା ମାମଲାରେ ଛବି ରାମ ନାମକ ବ୍ୟକ୍ତିକୁ ଦୋଷୀ କରାଇଛନ୍ତି ଏବଂ ତାଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହିତ ଆଉ ଏହି ଐତିହାସିକ ରାୟ ଶୁଣାଇଛନ୍ତି।

ଅତିରିକ୍ତ ସର୍ତ୍ତ ନ୍ୟାୟାଧିଶ ସୀମା ମଣି ଉତ୍ତର ପ୍ରଦେଶର ନିବାସୀ ଛବି ରାମଙ୍କୁ ୫ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ସେ ଉତ୍ତରୀ ଦିଲ୍ଲୀ ମୁଖର୍ଜୀ ନଗର ଅଂଚଳର ଏକ ଜନଗହଳିପୂର୍ଣ୍ଣ ବଜାରରେ ନାବାଳିକକୁ ଅନୁଚିତ ତରିକାରେ ଛୁଇଁ ଥିଲା। ଏହି ଘଟଣା ୨୫ ସେପ୍ଟେଟର ୨୦୧୪ର ଅଟେ। କୋର୍ଟ କହିଛନ୍ତି ମହିଳାଙ୍କ ଶରୀର ତାଙ୍କର ନିଜର । ଏବଂ ଏହା ଉପରେ କେବଳ ତାଙ୍କର ହିଁ ଅଧିକାର ରହିଛି। ଅନ୍ୟ ଜଣେ ତାଙ୍କର ବିନା ଅନୁମତିରେ ତାଙ୍କୁ ସ୍ପର୍ଶ କରିପାରିବ ନାହିଁ। ସେ ଯେଉଁ ଉଦ୍ଦେଶ୍ୟ ହେଉନା କାହିଁକି ?

ବିଚାରପତି କହିଛନ୍ତି , ଏହା ନଜର ଆସିଛି ଯେ, ମହିଳାଙ୍କର ନିଜସ୍ୱ ଅଧିକାରକୁ ପୁରୁଷମାନେ ମାନନ୍ତି ନାହିଁ ଏବଂ ସେମାନେ ନିଜର ପାଶବିକ ଇଚ୍ଛାକୁ ପୂରଣ କରିବାପାଇଁ ନିରୁପାୟ ଝିଅଙ୍କୁ ଯୌନ ଉତ୍ପୀଡନ କରିବା ପୂର୍ବରୁ ଭାବିନଥାନ୍ତି। କୋର୍ଟ କହିଛନ୍ତି ରାମ ଜଣେ ‘ଯୌନ ବିକୃତ’ ବ୍ୟକ୍ତି ଅଟନ୍ତି। ଏଣୁ ତାଙ୍କ ପାଖେ କୌଣସି ଉଦାରତାର ଲକ୍ଷଣ ନାହିଁ। କୋର୍ଟ ତା’ ଉପରେ ଦଶ ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି। ଯେଉଁଥିରେ ୫ହଜାର ଟଙ୍କା ପୀଡ଼ିତାଙ୍କୁ ଦିଆଯିବ। କୋର୍ଟ ଏହା ବ୍ୟତୀତ ଦିଲ୍ଲୀ ପ୍ରଦେଶ ବିଧିକ ସେବା ପ୍ରାଧିକରଣକୁ ମଧ୍ୟ ନାବାଳିକାଙ୍କୁ ୫୦ହଜାର ଟଙ୍କା ଦେବାକୁ କହିଛନ୍ତି।

ସମ୍ବନ୍ଧିତ ଖବର