ଜେଲ ଭିତରେ ରହି ପର୍ବ ପାଳନ କର ! ଖ୍ରୀଷ୍ଟିଆନ ମିସେଲର ମଧ୍ୟବର୍ତ୍ତିକାଳୀନ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଅଗଷ୍ଟା େଓ୍ଵଷ୍ଟଲାଣ୍ଡ ହେଲିକାପ୍ଟର ଲାଞ୍ଚ କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିବା ବ୍ରିଟିଶ ବ୍ୟବସାୟୀ ଖ୍ରୀଷ୍ଟିଆନ ମିସେଲର ମଧ୍ୟବର୍ତ୍ତିକାଳୀନ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀର ଏକ କୋର୍ଟ । ନିଜର ପରିବାର ସହ ଇଷ୍ଟର ପାଳନ କରିବାକୁ ୭ ଦିନିଆ ଜାମିନ ପ୍ରଦାନ କରିବାକୁ ସେ କୋର୍ଟରେ ଆବେଦନ କରିଥିଲେ । ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର ଏହି ଆବେଦନକୁ ଖାରଜ କରିଦେଇଛନ୍ତି ।
ସିବିଆଇ ପକ୍ଷରୁ କେସ ଲଢୁଥିବା ସ୍ପେଶିଆଲ ପବ୍ଲିକ ପ୍ରସିକ୍ୟୁଟର ଡିପି ସିଂ କହିଥିଲେ ଯେ ଭାରତରେ ଅନେକ ପ୍ରକାରର ପର୍ବପର୍ବାଣୀ ପାଳନ ହୁଏ । ଜେଲରେ ଥିବା ହଜାର ହଜାର ବନ୍ଦୀ ବିଭିନ୍ନ ଧର୍ମମତ ଉପରେ ବିଶ୍ୱାସ ରଖନ୍ତି । ସମସ୍ତଙ୍କୁ ପର୍ବ ପାଳନ ପାଇଁ ଜାମିନ ଦେଇହେବ ନାହିଁ । ମିସେଲ ଜେଲ ଭିତରେ ରହି ଇଷ୍ଟର ପାଳନ କରନ୍ତୁ । ସିଂ ଆହୁରି ମଧ୍ୟ କୋର୍ଟଙ୍କୁ କହିଥିଲେ ଯେ ମିସେଲ ଯଦି ବାହାରକୁ ଆସି କିଛି ବୟାନ ଦିଅନ୍ତି ତାହା କେସକୁ ପ୍ରଭାବିତ କରିବ ।

ସମ୍ବନ୍ଧିତ ଖବର