ଦିଲ୍ଲୀରେ କୁହୁଡ଼ି: ୬୯ ଟ୍ରେନ୍‌ ବିଳମ୍ବିତ; ୮ ବାତିଲ୍‌

ନୂଆଦିଲ୍ଲୀ: ସୋମବାର ସକାଳେ ଦିଲ୍ଲୀରେ ଘନ କୁହୁଡ଼ି ଓ ୧୨. ୪ ଡିଗ୍ରି ସେଲିସିଅସ୍‌ ତାପମାତ୍ରା ଅନୁଭୂତ ହୋଇଥିଲା।

ଉତ୍ତର ଭାରତରେ କୁହୁଡ଼ି ଯୋଗୁଁ ଅନ୍ୟୂନ ୬୯ଟି ଟ୍ରେନ୍‌ ଯାତ୍ରାରେ ବିଳମ୍ବ କରାଯାଇଛି, ୨୨ଟି ଟ୍ରେନ୍‌ର ସମୟ ନିର୍ଘଣ୍ଟ ପରିବର୍ତ୍ତନ କରାଯାଇଛି ଏବଂ ୮ଟି ଟ୍ରେନ୍‌ ବାତିଲ କରାଯାଇଛି।

ସକାଳବେଳା କୁହୁଡ଼ି ହେବା ସହ ଦିନବେଳା ଆକାଶ ମୁଖ୍ୟତଃ ପରିଷ୍କାର ରହିବ ବୋଲି ଇଣ୍ଡିଆ ମେଟେରୋଲୋଜିକାଲ୍‌ ଡିପାର୍ଟମେଣ୍ଟ୍‌ କହିଛି।
ରାଜେନ୍ଦ୍ର ନଗର ଟର୍ମିନାଲ୍‌-ନୂଆଦିଲ୍ଲୀ ସମ୍ପୂର୍ଣ୍ଣା କ୍ରାନ୍ତି ଏକ୍ସପ୍ରେସ୍‌କୁ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିଳମ୍ବ କରାଯାଇଥିବାବେଳେ ସୀତାମାର୍ହି-ଆନନ୍ଦ ବିହାର ଲିଚାଓ୍ଵି ଏକ୍ସପ୍ରେସ୍‌ ୨୫ ଘଣ୍ଟା ବିଳମ୍ବ କରାଯାଇଛି।

ନୂଆଦିଲ୍ଲୀ-ବାରାଣସୀ ମହାନାମା ଏକ୍ସପ୍ରେସ୍‌, ଦିଲ୍ଲୀ-ଆଜମଗଡ଼ କୈଫିୟାତ୍‌ ଏକ୍ସପ୍ରେସ୍‌, ଆନନ୍ଦ ବିହାର-ମାଉ ଏକ୍ସ୍‍ପ୍ରେସ୍‌, ଶ୍ରୀନଗର-ଦିଲ୍ଲୀ ଇଣ୍ଟରସିଟି, ଦିଲ୍ଲୀ-ଫଜ୍‌ଲିକା ଇଣ୍ଟର୍‌ସିଟି, ଦିଲ୍ଲୀ-ଆଲିପୁର୍‌ଦ୍ୱାର ମହାନନ୍ଦା ଏକ୍ସପ୍ରେସ୍‌ ଏବଂ ରାକ୍ଷୁଆଲ୍‌-ଦିଲ୍ଲୀ ସଦ୍‌ଭାବନା ଏକ୍ସପ୍ରେସ୍‌ ବାତିଲ୍‌ ହୋଇଥିବା ଟ୍ରେନ୍‌ରେ ଅନ୍ତର୍ଭୁକ୍ତ।

ଦିଲ୍ଲୀ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟ ଲିମିଟେଡ୍‌ଙ୍କ କହିବାନୁସାରେ, କୌଣସି ବିମାନ ଉଡ଼ାଣରେ ବିଳମ୍ବ କିଂବା ବାତିଲ କରାଯାଇନାହିଁ।

ସମ୍ବନ୍ଧିତ ଖବର