କୁତୁବ ମୀନାର ଠାରୁ ମାତ୍ର ୮ ମିଟର କମ୍‌ ଦିଲ୍ଲୀର ଅଳିଆ ଗଦା !

ନୂଆଦିଲ୍ଲୀ: ଦିଲ୍ଲୀର କୁତୁବ ମୀନାର ହେଉଛି ବିଶ୍ୱର ଅନ୍ୟ ଏକ ଅଦ୍ୱିତୀୟ କୀର୍ତ୍ତି। ବିଶେଷ କରିଏହାର ଉଚ୍ଚତା ଓ ଏହା ର ନିର୍ମାଣ ପାଇଁ ବ୍ୟବହୃତ ଧାତୁ ଯୋଗୁଁ ଏହା ସବୁବେଳେ ଚର୍ଚ୍ଚାରେ ରହିଛି। ତେବେ ଦିଲ୍ଲୀର ପ୍ରଦୂଷଣ ଓ ପ୍ରତିଦିନ ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ବାହାରୁଥିବା ଟନ୍‌ ଟନ୍‌ ଅଳିଆ ଆବର୍ଜନା ଏବେ ଚିନ୍ତାର କାରଣ ହୋଇଛି। ପରିସ୍ଥିତି ଏମିତି ହୋଇଛି ଯେ ଦିଲ୍ଲୀର ଘାଜିପୁର ଠାରେ ଥିବା ଡମ୍ପିଂ ୟାର୍ଡରେ ଯେମିତି ଅଳିଆ ଜମା ହେଉଛି ଏହା ଆଉ ଅଳ୍ପ ଦିନ ମଧ୍ୟରେ କୁତୁବ ମୀନାରର ଉଚ୍ଚତାକୁ ଟପିଯିବ। ଘାଜିପୁରା ଡମ୍ପିଂ ୟାର୍ଡର ଏବେ ଯେଉଁ ଅଳିଆ ଗଦା ରହିଛି, ତାର ଉଚ୍ଚତା କୁତବ ମୀନାରର ଉଚ୍ଚତା ଠାରୁ ମାତ୍ର ୯ ମିଟର କମ୍‌ ଥିବା ଜଣାପଡ଼ିଛି।


ସୂଚନାଯୋଗ୍ୟ ଯେ ଦିଲ୍ଲୀର ଘାଜିପୁରା ଅଞ୍ଚଳରେ ରହିଛି ଦିଲ୍ଲୀର ସବୁଠାରୁ ବଡ଼ ଡମ୍ପିଂ ୟାର୍ଡ।ଏହି ଡମ୍ପିଂ ୟାର୍ଡକୁ ପ୍ରତିଦିନ ଶହଶହ ଟନ୍‌ ଅଳିଆ ଆବର୍ଜନା ସହରରୁ ସଂଗ୍ରହ କରାଯାଇ ଆଣି ଫିଙ୍ଗା ଯାଇଥାଏ। ତେବେ ଏହି କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କୌଣସି ବୈଜ୍ଞାନିକ ପଦ୍ଧତି ଆପଣା ଯାଇ ନ ଥିବାରୁ ଏହା ଅଳିଆ ଗଦା ପାହାଡ଼ ପରି ଉଚ୍ଚା ହେବାରେ ଲାଗିଛିି। ଘାଜିପୁରାର ୭୦ ଏକର ଜମି ଉପରେ ଥିବା ଏହି ଡମ୍ପିଂ ୟାର୍ଡରେ ସର୍ବାଧିକ ୨୦ ମିଟର ଉଚ୍ଚତାର ଅଳିଆ ଜମା ହୋଇ ପାଇବ ବୋଲିି ନିଷ୍ପତ୍ତି ହୋଇଥିଲା। ମାତ୍ର ବର୍ତ୍ତମାନ ଏହି ଅଳିଆଗଦାର ଉଚ୍ଚତା ୬୫ ମିଟର ହେଲା। ଦିଲ୍ଲୀ କୁତବ ମୀନାରର ଉଚ୍ଚତା ୭୩ ମିଟର। ତେଣୁ ଘାଜିପୁରା ଅଳିଆଗଦାର ଉଚ୍ଚତା ଦିଲ୍ଲୀର କୁତୁବ ମୀନାର ଠାରୁ ମାତ୍ର ୮ ମିଟର କମ୍‌ ରହିଛି। ଏହି ଅଳିଆ ଗଦାରେ ୧୨ମିଲିୟନ ମେଟ୍ରିକ୍‌ ଟନ୍‌ ଅଳିଆ ଆବର୍ଜନ ଜମାହୋଇ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର