ଶୀଲା ଦୀକ୍ଷିତଙ୍କୁ ସମ୍ମାନ ଜଣାଇ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ଦିଲ୍ଲୀ ସରକାର, ଆସନ୍ତା କାଲି ଅପରାହ୍ଣରେ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ  ଶୀଲା  ଦୀକ୍ଷିତଙ୍କ ସମ୍ମାନରେ ଦିଲ୍ଲୀ ସରକାର ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଦିଲ୍ଲୀର ବିକାଶରେ ଶୀଲାଙ୍କ ଅବଦାନକୁ ସ୍ୱୀକୃତି ଜଣାଇ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସବୁ ସରକାରୀ ଉତ୍ସବକୁ ବାତିଲ କରାଯାଇଛି । ଆସନ୍ତାକାଲି ଶୀଲାଙ୍କ ମରଶରୀରକୁ କଂଗ୍ରେସ ମୁଖ୍ୟାଳୟକୁ ଅଣାଯିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସାଧାରଣ ଲୋକେ ତାଙ୍କର ଦର୍ଶନ କରିପାରିବେ । ଏହା ପରେ ଅପରାହ୍ଣ ୨ଟା ୩୦ରେ ତାଙ୍କର ଅନ୍ତିମ ସଂସ୍କାର ନଗମବୋଧ ଘାଟଠାରେ କରାଯିବ ।

ଆଜି ଅପରାହ୍ଣ ୩ଟା ୫୫ରେ ଏସକର୍ଟ ହସପିଟାଲରେ ଶୀଲାଙ୍କ ପରଲୋକ ହୋଇଥିଲା । ହୃଦଘାତ  ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ସେ  ଲଗାତାର  ୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିଲେ । ତାଙ୍କ ଅମଳରେ ଦିଲ୍ଲୀରେ ମେଟ୍ରୋ ଟ୍ରେନ ସହିତ ବିଭିନ୍ନ ପ୍ରକାରର ବିକାଶମୂଳକ କାର୍ଯ୍ୟ ହୋଇଥିଲା । ନିଜର ୧୫ ବର୍ଷର କାର୍ଯ୍ୟକାଳରେ ଦିଲ୍ଲୀର ରୂପରେଖ ବଦଳାଇ ଦେଇଥିଲେ ଦିବଂଗତ ଶୀଲା ଦୀକ୍ଷିତ।

ସମ୍ବନ୍ଧିତ ଖବର