ଏଣିକି ମହଙ୍ଗା ପଡ଼ିପାରେ ଅଯଥା ସନ୍ଦେହ; ସ୍ୱାମୀ ଦେଇପାରିବେ ଛାଡ଼ପତ୍ର

ନୂଆଦିଲ୍ଲୀ: ଦିଲ୍ଳୀ ହାଇକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଏଣିକି ଯେଉଁ ମହିଳା ତାଙ୍କ ସ୍ୱାମୀଙ୍କର ଅନ୍ୟ ମହିଳା ସହ ଅନୈତିକ ସଂପର୍କ ଅଛି ବୋଲି ଅଯଥାରେ ସନ୍ଦେହ କରି ମାନସିକ ଯନ୍ତ୍ରଣା ଦେବେ ତାଙ୍କୁ ସ୍ୱାମୀ ଚାହିଁଲେ ଛାଡ଼ପତ୍ର ଦେଇପାରିବେ।

୩୦ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଏପରି ଏକ ମାମଲାରେ ଜଣେ ଦମ୍ପତି ପୃଥକ ହେବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତିି। ସଂପୃକ୍ତ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ନାମରେ ଏକ ଅଭିଯୋଗ ଆଣିଥିଲେ ଯେ ତାଙ୍କର ଅନ୍ୟ ମହିଳାଙ୍କ ସହ ସଂପର୍କ ରହିଛି ବୋଲି। ସେ ଆଉ ବେଶୀ ଦିନ ଏକତ୍ର ରହିପାରିବେ ନାହିଁ ବୋଲି କେର୍ଟରେ ନିବେଦନ କରିଥିଲେ। କୋର୍ଟ ଏହି ମାମଲାର ବିଚାର କରି ଛାଡ଼ପତ୍ର ନିର୍ଦ୍ଦେଶ ଦେଇଥିଲେ। ବିଚାରପତି ଜେ ଆର୍‌ ମିଧା ଏହି ଦମ୍ପତିଙ୍କର ଛାଡ଼ପତ୍ର ଆବେଦନକୁ ମଞ୍ଜୁର ଦେଇଥିଲେ।

ଜାଣିବାକୁ ମିଳିଛି ଯେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କର ସାନ ଭାଇର ପତ୍ନୀ ଅର୍ଥତ ଭାଇବଧୂ ସହ ଭଅନୈତିକ ସଂପର୍କ ରହିଛି ବୋଲି ଅଭିଯୋଗ ଆଣି ସ୍ୱାମୀଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିଲେ। ଏହି ଦମ୍ପତିଙ୍କୁ ଛାଡ଼ପତ୍ର ଅନୁମତି ସହ ପରବର୍ତ୍ତୀ ମୁହୂର୍ତ୍ତରେ ଆଉ ପରସ୍ପରକୁ ବିବାହ ନକରିବା ପାଇଁ ନିର୍ଦ୍ଦେଶ ମିଳିଛି। ଆପଣଙ୍କ ସୂଚନା ସକାଶୋ ଜଣାଇ ଦେଉଛୁ ଯେ, ସାଧାରଣ ଛାଡ଼ପତ୍ରମାନଙ୍କରେ ପତି-ପତ୍ନୀଙ୍କ ନିକଟରେ ପୁନର୍ବିବାହ କରିବାର ଅଧିକାର ରହିଥାଏ।

ସମ୍ବନ୍ଧିତ ଖବର