ଦିଲ୍ଲୀ ହାଇକୋର୍ଟ ମହିଳାଙ୍କୁ ତାଙ୍କ ସମଲିଙ୍ଗୀ ସାଙ୍ଗ ସହିତ ରହିବାକୁ ଦେଲେ ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଗୁରୁବାର ଜଣେ ମହିଳାଙ୍କୁ ତାଙ୍କ ଇଚ୍ଛା ଅନୁସାରେ ପାର୍ଟନର ବାଛିବାର ଅଧିକାର ରହିଛି ବୋଲି କହିଛନ୍ତି। ଏଥିସହିତ କୋର୍ଟ ବିବାହିତ ମହିଳାଙ୍କୁ ତାଙ୍କର ସମଲିଙ୍ଗୀ ସାଙ୍ଗ ସହିତ ରହିବାକୁ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ବିଚାରପତି ସିଦ୍ଧାର୍ଥ ମୃଦୁଲ ଓ ଜଷ୍ଟିସ୍‌ ସଙ୍ଗୀତା ଢ଼ିଙ୍ଗରା ସହଗଲଙ୍କ ଖଣ୍ଡପୀଠ ଜଣେ କିନ୍ନରଙ୍କ ଆବେଦନକୁ ଅନୁମତି ଦେବା ସହ ଏହି ମାମଲାର ଶୁଣାଣି କରିଛନ୍ତି। ଏହି କିନ୍ନରଙ୍କ ଜନ୍ମ ଏକ ନାରୀ ରୂପରେ ହୋଇଥିଲା, କିନ୍ତୁ ସେ ନିଜ ପରିଚୟ ଏବେ ପୁରୁଷ ରୂପରେ କରି ଦେଇଛନ୍ତି। ନିଜ ଆବେଦନରେ କିନ୍ନର ନିଜର ଇଚ୍ଛା ଅନୁସାରେ ମହିଳା ମିତ୍ରକୁ ତାଙ୍କ ପାର୍ଟନର ବନାଇବାର ଅଧିକାର ମାଗିଥିଲେ। କିନ୍ନରଙ୍କ ମହିଳା ମିତ୍ର ନିଜ ବୈବାହିକ ଜୀବନରେ ଖୁସି ନଥିଲା। ସେ ନିଜ ସ୍ୱାମୀ ବିରୋଧରେ ଘରୋଇ ହିଂସାର ମାମଲା ରୁଜୁ କରିଥିଲା। ଏହାପରେ ମହିଳା ନିଜ ସମଲିଙ୍ଗୀ ସାଙ୍ଗ ସହିତ ରହିବାକୁ ଲାଗିଥିଲେ।

ସମ୍ବନ୍ଧିତ ଖବର