ଏଣିକି ଶିକ୍ଷାଦାନ ବ୍ୟତୀତ ଶିକ୍ଷକମାନେ ଆଉ କରିବେ ନାହିଁ ଅଣଶିକ୍ଷଣୀୟ କାର୍ଯ୍ୟ!

0 483

ନୂଆଦିଲ୍ଲୀ : ଛାତ୍ରମାନଙ୍କର ଭବିଷ୍ୟତ ଗଢ଼ିବାରେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ହେଉଛି ଶିକ୍ଷା ଓ ଶିକ୍ଷକ। ହେଲେ ବର୍ତ୍ତମାନ ସମୟରେ ଶିକ୍ଷକ ଓ ଶିକ୍ଷା ପରସ୍ପର ଠାରୁ ବିଚ୍ୟୁତ ହେଲାପରି ଲାଗୁଛି । ଆଉ ଏହାର ପ୍ରମୁଖ କାରଣ ଶିକ୍ଷକଙ୍କୁ ପାଠ ପଢ଼ାବ୍ୟତୀତ ଅନ୍ୟ କାମ ମଧ୍ୟ କରିବା ପାଇଁ ପଡ଼ୁଛି । ପାଠ ପଢ଼ାଇବା ବ୍ୟତୀତ ଭୋଟର ସଂଶୋଧନ, ଦାରିଦ୍ର‌୍ୟ ସୀମାରେଖା ଗଣନା, ଅଣ୍ଡା ହିସାବ ରଖିବା, ବିପିଏଲ ଚାଉଳ ହିସାବ, ପରି ଅନେକ କାମ ଶିକ୍ଷକଙ୍କୁ କରିବା ପାଇଁ ପଡ଼ୁଛି । ସରକାରୀ କଳର ଭାରବୁହା ଗଧ ହୋଇଯାଇଛନ୍ତି ଶିକ୍ଷକ । ଯଦ୍ୱାରା ସିଧାସଳଖ ଭାବେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ।

ହେଲେ ଆଗକୁ ଶିକ୍ଷକଙ୍କୁ ଆଉ ଶିକ୍ଷାଦାନ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ କରିବା ପାଇଁ ପଡ଼ିବନାହିଁ । କେବଳ ପାଠ ପଢ଼ାଇବେ ଶିକ୍ଷକ । ଶିକ୍ଷକ ଓ ପ୍ରିନ୍ସିପାଲ ଆଉ ଅଣଶିକ୍ଷଣୀୟ କାର୍ଯ୍ୟ କରିବେ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି । ଅଖିଳ ଦିଲ୍ଲୀ ପ୍ରାଥମିକ ସଂଘ ତରଫରୁ ହାଇକୋର୍ଟରେ ଦାୟର ହୋଇଥିବା ମାମଲା ଅନୁସାରେ ନିଗମର ସ୍କୁଲରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ପାଠ ପଢ଼ାଇବା ବ୍ୟତୀତ ଅନ୍ୟାନ୍ୟ କାମ କରିବା ପାଇଁ ଦିଆଯାଏ । ଯାହାଫଳରେ ଶିକ୍ଷକମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡିଥାଏ।

ଏହାର ବିଚାର କରି ହାଇକୋର୍ଟ କହିଛନ୍ତି ଶିକ୍ଷକଙ୍କ କାମ ପାଠ ପଢ଼ାଇବା । ହେଲେ ଅନ୍ୟ ଅଣଶିକ୍ଷଣ କାର୍ଯ୍ୟରେ ଲିପ୍ତ ଥିବା ଯୋଗୁଁ ଶିକ୍ଷକଙ୍କ ଉପରେ ଅତିରିକ୍ତ ବୋଝ ପଡୁଛି । ଯାହା ପିଲାଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଇବ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.