ଦିଲ୍ଲୀ ଜୋହରି ଏନ୍‌କ୍ଲାଭ୍‌ ମେଟ୍ରୋ ଷ୍ଟେସନ୍‌ ପାଖରେ ଏସିଡ୍‌ ବାଲ୍‌ତି ପଡ଼ି ୧ ମୃତ; ୫ ଆହତ

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ପୂର୍ବ ଦିଲ୍ଲୀର ଜୋହରି ଏନ୍‌କ୍ଲାଭ୍‌ ମେଟ୍ରୋ ଷ୍ଟେସନ୍‌ ନିକଟରେ ମୋଟର ସାଇକେଲ୍‌ ଚଳାଇ ଯାଉଥିବା ଜଣେ ବ୍ୟକ୍ତିଙ୍କ ଉପରେ ଗୋଟାଏ ଏସିଡ୍‌ ବାଲ୍‌ତି ପଡ଼ିବାରୁ ତାଙ୍କର ମୃତ୍ୟୁ ହେବା ସହ ଅନ୍ୟ ୫ ଜଣ ଆହତ ହୋଇଛନ୍ତି।

ଦିଲ୍ଲୀ ମେଟ୍ରୋର ପିଙ୍କ୍‌ ଲାଇନ୍‌ର ନିର୍ମାଣାଧୀନ ଅଂଶରୁ ଏହି ବାଲ୍‌ତି ସନ୍ଧ୍ୟା ପ୍ରାୟ ୬ଟା ବେଳେ ୬ ଜଣ ଲୋକଙ୍କ ଉପରେ ପଡ଼ିଯାଇଥିଲା। ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତିଙ୍କ ନାମ ୩୨ ବର୍ଷିୟ ଅମିତ ଚୌହାନ୍‌।

ଡିଏମ୍‌ଆର୍‌ସି କହନ୍ତି: ଜୋହରି ଏନ୍‌କ୍ଲାଭ୍‌ ମେଟ୍ରୋ ଷ୍ଟେସନ୍‌ ବାହାରେ ମୋଟର ସାଇକେଲ ଚଳାଇ ଯାଉଥିବା ଲୋକଙ୍କ ଉପରେ କିଛି ରାସାୟନିକ ପଦାର୍ଥ ପଡ଼ି ଯାଇଥିଲା।

ଏ ଘଟନାରେ ଦିଲ୍ଲୀ ମେଟ୍ରୋର କିଛି ଯାଏଆସେ ନାହିଁ। ଏଠାରେ ଚାଲିଥିବା କୌଣସି କାମ ନିମନ୍ତେ ସେ ଭଳି ରାସାୟନିକ ପଦାର୍ଥ ଲୋଡ଼ା ନାହିଁ। ଏ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଛି ଏବଂ ପରୀକ୍ଷାମୂଳକ ଭାବେ ଗାଡ଼ି ଚଳାଚଳ ଆରମ୍ଭ ହୋଇଛି।

ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କହନ୍ତି କେହି ସେମାନଙ୍କ ଉପରେ ରାସାୟନିକ ପଦାର୍ଥ ଢାଳି ପକାଇଥିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆ ଯାଇ ନ ପାରେ।

ପୁଲିସ ଅନ୍ୟ ଦିଗରୁ ମଧ୍ୟ ଘଟନାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର