ବ୍ୟାପକ ଆତଙ୍କବାଦୀ ହାମ୍ଲା ପାଇଁ ଜୈସ-ଇ- ମହମ୍ମଦ ନିଜର ସଦସ୍ୟମାନଙ୍କୁ ହ୍ଵାଟସ୍ଆପ୍ ଗ୍ରୁପ୍ରେ ନିର୍ଦ୍ଦେଶ ଦେବା ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି
ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ-ଇ- ମହମ୍ମଦ ରାଜଧାନୀ ନୂଆଦିଲ୍ଲୀରେ ବ୍ୟାପକ ଆତଙ୍କବାଦୀ ହାମ୍ଲା ଘଟାଇବା ପାଇଁ ତା’ର ନିଜସ୍ୱ ହ୍ଵାଟସ୍ଆପ୍ ଗ୍ରୁପ୍ରେ ସଂଗଠନର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେବାପରେ ସମଗ୍ର ରାଜଧାନୀ ଦିଲ୍ଲୀରେ ରେଡ୍ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରି ଦିଆଯାଇଛି। ଆତଙ୍କବାଦୀ ସଂଗଠନ ଜୈସ-ଇ- ମହମ୍ମଦର ଏହି ହ୍ଵାଟସ୍ଆପ୍ ମେସେଜ୍ ଦେଶର ଗୁଇନ୍ଦା ବିଭାଗ ହାତରେ ପଡ଼ିବା ପରେ ସିଆଇଏସ୍ଏଫ୍, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ, ରେଲେଓ୍ଵ ପ୍ରୋଟେକସନ୍ ଫୋର୍ସ, ଦିଲ୍ଲୀ ପୁଲିସ୍ ପ୍ରଭୃତି ବିଭିନ୍ନ ସୁରକ୍ଷା ଏଜେନ୍ସିକୁ ସରକାରଙ୍କ ପକ୍ଷରୁ ଲିଖିତ ନିିର୍ଦ୍ଦେଶ ଦିଆଯାଇ ସଦା ସଜାଗ ରହିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଜୈସ୍-ଇ-ମହମ୍ମଦର କମାଣ୍ଡର ଉସ୍ମାନ୍ ଓରଫ ହୁଜାଇଫାକୁ ଗତ ଅକ୍ଟୋବର ୩୦ ତାରିଖ ଦିନ ଜମ୍ମୁ- କଶ୍ମୀରର ପୁଲଓ୍ଵାମା ଠାରେ ସୁରକ୍ଷା ବାହିନୀର ଯବାନମାନେ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣାରେ ପ୍ରତିହିଂସା ପରାୟଣ ହୋଇ ଜୈସ-ଇ- ମହମ୍ମଦର ଆତଙ୍କବାଦୀମାନେ ରାଜଧାନୀ ନୂଆଦିଲ୍ଲୀରେ ବ୍ୟାପକ ଆତଙ୍କବାଦୀ ହାମ୍ଲା ଘଟାଇବା ପାଇଁ ନିଜସ୍ୱ ହ୍ଵାଟସ୍ଆପ୍ ଗ୍ରୁପ୍ରେ ସଂଗଠନର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିବା ସଂପର୍କରେ ଦେଶର ଗୁଇନ୍ଦା ବିଭାଗ ଜାଣିବାକୁ ପାଇବା ପରେ ଏପରି ପଦକ୍ଷେପ ନିଆଯାଇଥିବା ଜାଣିବାକୁ ମିଳିଛି।