ରାଜଧାନୀରେ ବଢ଼ିପାରେ ପାର୍କିଂ ଚାର୍ଜ, ଜାଣନ୍ତୁ ଦୁଇ ଓ ଚାରିଚକିଆଯାନ ପାଇଁ କେତେ ହେବ ଚାର୍ଜ

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ସରକାର ଏହାକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ନିକଟରେ ଦିଲ୍ଲୀରେ ପରିବେଶ ପ୍ରଦୂଷଣ ସୃଷ୍ଟି କରୁଥିବା କିଛି ବେସରକାରୀ ଯାନବାହନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ପାର୍କିଂର ଚାର୍ଜକୁ ବଢ଼ାଇବାକୁ ବିଚାର କରାଯାଉଛି।

ସରକାରଙ୍କ ସହ ଜଡିତ ଥିବା ଏକ କମିଟି ଓ ନଗର ନିଗମର ଅଧିକାରୀମାନେ ପାର୍କିଂକୁ ନେଇ ଏକ ନୂଆ ପ୍ରସ୍ତାବ ରଖିଛନ୍ତି। ଯଦି ଏହାକୁ ମଞ୍ଜୁରି ମିଳିଯାଏ, ତେବେ ଲୋକପ୍ରିୟ ସ୍ଥାନଗୁଡିକରେ ୱାର୍କିଂ ଡେ ସମୟରେ ୧୦ଘଣ୍ଟାର ପାର୍କିଂ ପାଇଁ ୧ହଜାର ଟଙ୍କା ଦେବାକୁ ପଡ଼ିପାରେ। କିନ୍ତୁ ପାର୍କିଂ ଚାର୍ଜକୁ ରାସ୍ତା ଜାମ୍‌, ସ୍ଥାନ ଓ ବ୍ୟସ୍ତବହୁଳତା ଆଧାରରେ ପରିବର୍ତ୍ତନ କରାଯିବ ବୋଲି ସୂଚନା ରହିଛି।

ଦିଲ୍ଲୀରେ ଗତ ବୁଧବାର ପ୍ରଦୂଷଣ ବହୁତ ଖରାପ ଶ୍ରେଣୀରେ ପ୍ରବେଶ କରି ସାରିଛି। ରାଜଧାନୀରେ ୩୩ଲକ୍ଷ ଚାରି ଚକିଆଯାନ ଓ ୭୩ଲକ୍ଷ ଦୁଇ ଚକିଆଯାନ ରହିଥିବା ବେଳେ ପ୍ରତିଦିନ ୫୦୦ଟି ନୂଆ କାର ଦିଲ୍ଲୀ ସଡ଼କକୁ ଓହ୍ଲାଇ ଥାଏ।


ସହରର ବିପିଏଫ୍‌ ସମିତିଙ୍କ ପ୍ରସ୍ତାବ ଅନୁସାରେ, ଚାରି ଚକିଆଯାନ ପାଇଁ ପ୍ରତିଘଣ୍ଟାକୁ ୧୦ଟଙ୍କା ହୋଇଥିବା ବେଳେ ଦୁଇ ଚିକିଆଯାନ ପାଇଁ ପ୍ରତିଘଣ୍ଟାକୁ ୫ଟଙ୍କା ହେବା ଦରକାର। ଏହି ପ୍ରସ୍ତାବକୁ ଏ ପର୍ଯ୍ୟନ୍ତ ଅନୁମତି ମିଳିନାହିଁ।

ସମ୍ବନ୍ଧିତ ଖବର