ଟ୍ରାଫିକ୍ ନିୟମ ପାଳନ ନ କରି ପୁଲିସ୍ ହାତରେ ଧରାପଡ଼ି ମୋଟା ଅଙ୍କର ଜରିମାନା ଗଣିଲେ କନେଷ୍ଟବଳ

ନୂଆଦିଲ୍ଲୀ: ଖୋଦ୍ ପୁଲିସ୍ ଯଦି ଟ୍ରାଫିକ୍  ନିୟମ ପାଳନ ନକରି ନିଜ ବିଭାଗ ହାତରେ ହିଁ ପଡି ମୋଟାଅଙ୍କର ଟଙ୍କା ଗଣିବ ତେବେ ଆଉ କହିବା କ’ଣ! ହଁ, ଏଭଳି ଏକ ଘଟଣା ଏବେ ଦିଲ୍ଲୀ ପୁଲିସ୍ ବିଭାଗରେ ଦେଖିବାକୁ ମିଳିିଛି । ଜଣେ କନେଷ୍ଟବଳ ବିନା ବୀମା ଏବଂ ପିୟୁୁସିରେ କାର୍ ଚଲାଇ ଚାଲାଣ୍ ଦେବା ଘଟଣା ଏବେ ସାମ୍ନାକୁ ଆସିଛି । କାରର କାଚ ମଧ୍ୟ କଳା ପଡିଯାଇଥିଲା । ଏହାଛଡା ଉକ୍ତ କନେଷ୍ଟବଳଙ୍କ ବିରୁଦ୍ଧରେ ଅନୁଶାସନାତ୍ମକ ଅଭିଯୋଗ ମଧ୍ୟ କରାଯାଇଛି ।

ଗତ ମଙ୍ଗଳବାର ଜଣେ ଦମ୍ପତି ଜୋନାଲ୍ ଅଧିକାରୀଙ୍କୁ ଏନେଇ ଅଭିଯୋଗ କରିଥିଲେ ଯେ ଟ୍ରାଫିକ୍ ସିଗନାଲ୍ ପାଖରେ ଏକ ଗାଡ଼ି ଠିଆ ହେଉଛି, ଯାହାର କାଚ କଳା ପଡିଥିବା ସହ ଏହାର ରେଜିଷ୍ଟ୍ରେସନ୍ ନମ୍ବର ଦିଲ୍ଲୀର ରହିଛି । ତେବେ ପୁଲିସ୍ ପକ୍ଷରୁ ଏହି ଗାଡି କନେଷ୍ଟବଳ ବିଶାଲ୍ ଡବାସଙ୍କ ଥିବା ଜଣାପଡିଥିଲା ।

First-Day-of-New-Motor-Vehicles-Act-Delhi-Gets-Nearly-4000-Challans-3
photo-news18

ନୂଆ ମୋଟର ଯାନ ଆଇନ୍ ଅନୁସାରେ ବିନା ବୀମା ଏବଂ ପିୟୁସି ନଥିବା କାରଣରୁ ତାଙ୍କର ମଧ୍ୟ ଚାଲାଣ କଟିଥିଲା । କେବଳ ଏତିକି ନୁହେଁ ଗାଡିର ନମ୍ବର ପ୍ଲେଟରେ ମଧ୍ୟ ତ୍ରୁଟି ଦେଖାଯାଇଥିଲା । ତେବେ କାର୍ କୁ ଏବେ ସିଜ୍ କରାଯାଇଛି । କନେଷ୍ଟବଳ ବିଶାଲଙ୍କ କହିବାନୁସାରେ , କାର୍ ହେଉଛି ତାଙ୍କ ଭାଇଙ୍କର ଯାହାକୁ ସେ ବ୍ୟବହାର କରୁଥିଲେ । ଏନେଇ କନେଷ୍ଟବଳଙ୍କ ଉପରେ ବିଭାଗୀୟ ତଦନ୍ତ  ଆରମ୍ଭ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର