ଦିଲ୍ଲୀ ପୁଲିସ୍‌ର ମାନବିକତା; ଆସନ୍ନ ପ୍ରସବାଙ୍କ ଗର୍ଭ ଯନ୍ତ୍ରଣାକୁ ଦେଖି ପିସିଆର ଭ୍ୟାନ୍‌କୁ କଲା ଆମ୍ବୁଲାନ୍ସ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ କାଳରେ ଦିଲ୍ଲୀ ପୁଲିସ୍‌ ପ୍ରଦର୍ଶନ କରିଥିବା ଏକ ମାନବିକତା ଭରା କାର୍ଯ୍ୟକୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ପୁଲିସ୍‌ର ପ୍ରଶଂସାରେ ଏବେ ସମସ୍ତେ ଶତମୁଖ ହୋଇ ଉଠିଛନ୍ତି।

ଘଟଣାଟି ଏହିପରି ଏବେ ସମଗ୍ର ଦେଶ ଲକ୍‌ଡାଉନ୍‌ କବଳରେ ଥିବାବେଳେ ଦିଲ୍ଲୀର ମୈଦାନ୍‌ ଗ୍ରାହୀ ଅଞ୍ଚଳର ଜଣେ ଆସନ୍ନ ପ୍ରସବା ମହିଳାଙ୍କର ଗର୍ଭ ବେଦନା ଆରମ୍ଭ ହୋଇ ଯାଇଥିଲା। ଏପରିସ୍ଥିତିରେ ପ୍ରସୂତିଙ୍କୁ ହସ୍ପିଟାଲକୁ ନେବା ପାଇଁ ତାଙ୍କ ପରବାର ବର୍ଗ ଗୋଟିଏ ଆମ୍ବଲାନ୍ସ ଯୋଗାଡ଼ ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲେ।

Zee News India

ଶେଷରେ ପ୍ରସୂତୀଙ୍କ ଗର୍ଭ ଯନ୍ତ୍ରଣା ଯେତେବେଳେ ଅସହ୍ୟ ହେଲା, ସେ ଅନୋନ୍ୟପାୟ ହୋଇ ପୁଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ଘଟଣା ସଂପର୍କରେ ଜଣାଇଥିଲେ। କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ଥିବା ମହିଳା ପୁଲିସ୍‌ ଡିସିପି ଶରଦ ସିହ୍ନା ଏ ଘଟଣା ସଂପର୍କରେ ଜାଣିବା ପରେ ସଙ୍ଗେ ସଙ୍ଗେ ଏକ ପିସିଆର ଭ୍ୟାନ୍‌କୁ ପଠାଇଥିଲେ ତାଙ୍କ ଘରକୁ। ଏବଂ ପ୍ରସୂତି ଜଣକ ଆମ୍ବଲାନ୍ସ ବଦଳରେ ପୁଲିସ୍‌ର ପିସିଆର ଭ୍ୟାନ୍‌ରେ ନିକଟସ୍ଥ ହସ୍ପିଟାଲକୁ ଯାଉଥିବା ବାଟରେ ଏକ ନବଜାତକକୁ ଜନ୍ମ ଦେଇଥିଲେ। ତେବେ, ସେତେବେଳକୁ ପୁଲିସ୍‌ ପିସିଆର ତାଙ୍କୁ ନେଇ ହସ୍ପିଟାଲରେ ପହଞ୍ଚାଇ ସାରିଥିଲା। ଏବେ ଲଭୟ ପ୍ରସୂତି ଓ ତାଙ୍କ ନବଜାତକ ସୁସ୍ଥ ଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର