ପୁରୁଷଙ୍କ ଠାରୁ ଭିନ୍ନ ଦିଶିବାକୁ ଦିଲ୍ଲୀ ମହିଳା ପୁଲିସ ପାଟ୍ରୋଲ୍‌ ୟୁନିଟ୍‌କୁ ମିଳିଲା ଗୋଲାପି ସ୍କୁଟର୍‌

ନୂଆଦିଲ୍ଲୀ: ପୁରୁଷ ସହକର୍ମୀଙ୍କ ଠାରୁ ଭିନ୍ନ ଦିଶିବା ଲାଗି ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ମହିଳା ପାଟ୍ରୋଲ୍‌ ୟୁନିଟ୍‌କୁ ମିଳିଛି ଗୋଲାପି ରଙ୍ଗର ସ୍କୁଟର୍‌।
ଡିସେମ୍ବର ମାସ ଠାରୁ ଉତ୍ତର-ପୂର୍ବ ଦିଲ୍ଲୀର ରାସ୍ତାମାନଙ୍କରେ ପାଟ୍ରୋଲିଙ୍ଗ୍‌ କରୁଥିବା ଏହି ୧୬ଜଣିଆ ସଦସ୍ୟବିଶିଷ୍ଟ ଟିମ୍‌ ସହରର ସମ୍ପୃକ୍ତ ଅଞ୍ଚଳରେ ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧ ରୋକିବାକୁ ମୁତୟନ କରାଯାଇଛି।

ଏବେ ସେମାନେ ଗୋଲାପି ହେଲ୍‌ମେଟ୍‌ ପିନ୍ଧି ଗୋଲାପି-ଓ-ଧଳା ସ୍କୁଟର୍‌ ଚଢ଼ିବେ।

ଉତ୍ତର-ପୂର୍ବ ଦିଲ୍ଲୀର ଡେପୁଟି ପୁଲିସ କମିସନର୍‌ ବେଦ ପ୍ରକାଶ ସୂର୍ଯ୍ୟ କହିଛନ୍ତି: ଉଭୟ ଲିଙ୍ଗର ୟୁନିଫର୍ମର ରଙ୍ଗ ଏକା ହୋଇଥିବାରୁ ଦୂରରୁ ମହିଳା ଟିମ୍‌ ଭିନ୍ନ ଦେଖାଯାଆନ୍ତି ନାହିଁ। ସେଥିପାଇଁ ଏ ଭଳି ବ୍ୟବସ୍ଥା କରାଯାଇଛି।

Representative Image Courtesy of HT

ପରୀକ୍ଷାମୂଳକ ଭାବେ ପ୍ରଥମେ ଏହା ୨୦୧୪ରେ ବାଇକ୍‌ ଆରୋହୀ ୟୁନିଟ୍‌ ଭାବେ ଆରମ୍ଭ ହୋଇ କେତେଗୁଡ଼ିଏ ପରିବର୍ତ୍ତନ ଦେଇ ଗତି କଲାଣି। ବାଇକ୍‌ ପରିବର୍ତ୍ତେ ଧଳା ସ୍କୁଟର୍‌ ଦିଆଗଲା। ଏବଂ ଏଇ ସେପ୍ଟେମ୍ବର ଠାରୁ ସେମାନଙ୍କୁ ଗୋଲାପି-ଓ-ଧଳା ଚେକ୍‌ ରଙ୍ଗର ସ୍କୁଟର୍‌ ଦିଆଗଲା। ଏଇ ୧୬ ଜଣିଆ ଟିମ୍‌ ଏବେ ମହିଳାଙ୍କ ପ୍ରତି ବିପଦ୍‌ ଥିବା ସ୍ଥାନଗୁଡ଼ିକରେ ପୂର୍ବହ୍ନ ୧୧ ଟାରୁ ଅପରାହ୍ଣ ୧ଟା ଏବଂ ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ୭ଟା- ଦୁଇ ସିଫ୍ଟ୍‌ରେ ପାଟ୍ରୋଲିଙ୍ଗ୍‌ କରୁଛନ୍ତି।

ପ୍ରତି ସ୍କୁଟର୍‌ରେ ଦୁଇଜଣ ମହିଳା ପୁଲିସ ରହୁଛନ୍ତି। ପଛରେ ବସୁଥିବା ପୁଲିସଙ୍କ ପାଖରେ ରହିଛି ପିସ୍ତଲ୍‌। ଏହାଛଡ଼ା ସ୍କୁଟର୍‌ରେ ଅଛି ବେଟନ୍‌, ପେପର୍‌ ସ୍ପ୍ରେ ଓ ହୁଟର୍‌।

ସମ୍ବନ୍ଧିତ ଖବର