ପୁଲିସ ହେଲ୍‌ପଲାଇନ୍‌ ନମ୍ବରକୁ କଲ୍‌ କରି ପିଜ୍ଜା ଓ ବର୍ଗର ଅର୍ଡର ଦେଉଛନ୍ତି ଲୋକେ!

ନୂଆଦିଲ୍ଲୀ : ଦିଲ୍ଲୀରେ ଘଟୁଥିବା ଏକ ଅଜବ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ ତରଫରୁ ଜାରି କରାଯାଇଥିବା ହେଲ୍‌ପଲାଇନ୍‌ ନମ୍ବରକୁ ଫୋନ କରି ଲୋକେ ଯେଉଁ ସବୁ ଦାବି କରୁଛନ୍ତି, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦିଲ୍ଲୀ ରେଲ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ପ୍ରତିଦିନ ୨୦୦ଟି ଫୋନ କଲ୍‌ ଆସିଥାଏ । ଯେଉଁଥିରୁ ୮୦ପ୍ରତିଶତ ଲୋକ ପିଜ୍ଜା ଅର୍ଡର ପାଇଁ ଫୋନ କରିଥାନ୍ତି ତ କିଛି ମୋବାଇଲ୍‌ ରିଜାର୍ଜ ପାଇଁ ଫୋନ କରିଥାନ୍ତି । ହେଲ୍‌ପଲାଇନ୍‌ ନମ୍ବର ୧୫୧୨କୁ ଫୋନ କରି ଲୋକେ ପିଜ୍ଜା ଅର୍ଡର ଦେବାର ଥିଲା ବା ରେଲେଓ୍ଵରେ ଚାକିରି ପାଇଁ କେଉଁ ପଦବି ଫାଙ୍କା ଅଛି, ସେ ବିଷୟରେ ପଚାରିଥାନ୍ତି । କେତେକ ବିଜୁଳି ବିଲ୍‌ ଭରିବାକୁ କହିବା ସହ ଟ୍ରେନ୍‌ ଟିକେଟ୍‌ ବୁକ୍‌ କରି ଦେବାକୁ କହିଥାନ୍ତି ବୋଲି ଜଣାଇଛନ୍ତି ବରିଷ୍ଠ ପୁଲିସ ଅଧିକାରୀ ।

Railway Helpline
indiatimes.com

ସୂଚନା ମୁତାବକ, ୨୦୧୫ରେ ହେଲ୍‌ପଲାଇନ୍‌ ନମ୍ବର ୧୫୧୨କୁ ଲଞ୍ଚ କରାଯାଇଥିଲା । ଏହି ହେଲ୍‌ପଲାଇନ୍‌ ନମ୍ବରର ସୁବିଧା ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ବା ରେଳ ଷ୍ଟେସନରେ ହେଉଥିବା ଅପରାଧ ବିଷୟରେ ଜଣାଇବା ପାଇଁ କରାଯାଇଥିଲା । କିନ୍ତୁ ଲୋକେ ଏହାର ସଠିକ୍‌ ଉଦ୍ଦେଶ୍ୟ ନ ଜାଣି ଫୋନ କରି ଅଯଥା ଦାବି କରିଥାନ୍ତି । ତେବେ ଏଭଳି ଫୋନ କଲ୍‌ ଆସୁଥିବାରୁ ପୁଲିସ ଏବେ ଲୋକମାନଙ୍କୁ ସଚେତନ କରାଇବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର