ବିଶ୍ୱର ସବୁଠୁ ପ୍ରଦୂଷିତ ସହର ତାଲିକାର ପ୍ରଥମ ସ୍ଥାନରେ ଦିଲ୍ଲୀ, ଭୁବନେଶ୍ୱରର ଅବସ୍ଥା ମଧ୍ୟ ଦିନକୁ ଦିନ ଖରାପ ହେଉଛି

ନୂଆଦିଲ୍ଲୀ : ଭାରତର ରାଜଧାନୀ ଦିଲ୍ଲୀ ଧୀରେ ଧୀରେ ମଣିଷଙ୍କ ରହିବା ପାଇଁ ଅନୁପଯୁକ୍ତ ହୋଇଯାଉଛି । ଦିଲ୍ଲୀ ଏବେ ବିଶ୍ୱର ସବୁଠାରୁ ପ୍ରଦୂଷଣଯୁକ୍ତ ସହରରେ ପରିଣତ ହୋଇଛି । ବାୟୁ ପ୍ରଦୂଷଣ ଉପରେ ନଜର ରଖୁଥିବା ସଂସ୍ଥା ଏୟାରଭିଜୁଆଲ ପକ୍ଷରୁ ଜାରି ତାଲିକାରେ ଦିଲ୍ଲୀ ୧ ନମ୍ବର ସ୍ଥାନରେ ରହିଛି । ଏହାର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୧୮ ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଅବସ୍ଥା ମଧ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଛି । ଭୁବନେଶ୍ୱରର ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୫୧ ରହିଛି । ଭୁବନେଶ୍ୱରରେ ରହିବା ମଧ୍ୟ ଅସ୍ୱାସ୍ଥ୍ୟକର ବୋଲି ଏୟାରଭିଜୁଆଲ କହିଛି ।


ଦିଲ୍ଲୀ ଏତେ ପ୍ରଦୂଷିତ ହୋଇଯାଇଛି ଯେ ୨ୟ ସ୍ଥାନରେ ଥିବା ପାକିସ୍ତାନର ଲାହୋର ତୁଳନାରେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୨ଗୁଣରୁ ଅଧିକ ରହିଛି । ଲାହୋରର ଏୟାର କ୍ୱାଲିଟି ଇଣ୍ଡେକ୍ସ ୨୦୧ ରହିଛି । ୩ୟ ସ୍ଥାନରେ ମଙ୍ଗୋଲିଆର ଉଲାନବତର ରହିଥିବାବେଳେ ୪ର୍ଥ ସ୍ଥାନରେ ଉଜବେକିସ୍ତାନର ତାସକେଣ୍ଟ ରହିଛି । ୫ମ ସ୍ଥାନରେ ଭାରତର ଆଉ ଏକ ମହାନଗରୀ କୋଲକତା ରହିଛି । ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇ ୭ମ ସ୍ଥାନରେ ରହିଥିବାବେଳେ ପାକିସ୍ତାନର କରାଚୀ ୯ମ ଓ ଚୀନର ସବୁଠୁ ବଡ଼ ସହର ସାଂଘାଇ ୧୦ମ ସ୍ଥାନରେ ରହିଛି ।
ଦିଲ୍ଲୀର ପ୍ରଦୂଷଣ ଯୋଗୁଁ ସରକାର ଏଡ-ଇଭିନ ସ୍କିମ ଲାଗୁ କରୁଥିବାବେଳେ ପଞ୍ଜାବ, ହରିୟାଣାରେ ନଡା ଜାଳିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ସମ୍ବନ୍ଧିତ ଖବର