ଦିଲ୍ଲୀରୁ ବମ୍ବେ ୧୦ ଘଣ୍ଟା: ରାଜଧାନୀ ଏକ୍ସପ୍ରେସ୍‌ର ବେଗ ଘଣ୍ଟାପ୍ରତି ୧୬୦ କିଲୋମିଟରକୁ ବଢ଼ାଇବ ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ରାଜଧାନୀ ଏକ୍ସପ୍ରେସ୍‌ରେ ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ଯାତାୟାତ କରୁଥିବା ଯାତ୍ରୀମାନେ ଏଥର ସେମାନଙ୍କ ଗନ୍ତବ୍ୟସ୍ଥଳରେ ପୂର୍ବାପେକ୍ଷା ଶୀଘ୍ର ପହଞ୍ଚି ପାରିବେ। ରାଜଧାନୀ ଏକ୍ସପ୍ରେସ୍‌ର ବେଗ ଘଣ୍ଟାପ୍ରତି ୧୩୦ କିଲୋମିଟର୍‌ରୁ ୧୬୦ କିଲୋମିଟରକୁ ବୃଦ୍ଧି କରାଯାଉଥିବାରୁ ଦିଲ୍ଲୀ ଓ ମୁମ୍ବାଇ ରାସ୍ତାରେ ଯାତ୍ରା ସମୟ ୫ ଘଣ୍ଟାରୁ ଊର୍ଦ୍ଧ୍ୱ କମିଯିବ ବୋଲି ପଶ୍ଚିମ ରେଳବାଇ ନିଶ୍ଚିତ କରି କହିଛି।

ଏବେ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା ସମୟ ୧୫. ୫ ଘଣ୍ଟା ଲାଗୁଥିବା ବେଳେ ବେଗ ବଢ଼ାଇବା ଦ୍ୱାରା ତାହା ୧୦ ଘଣ୍ଟାକୁ କମାଇ ହେବ।

ପଶ୍ଚିମ ରେଳବାଇ ଟୁଇଟ୍‌ କରିଛି: କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ, ମିସନ୍‌ ରଫ୍‌ତାର୍‌ ଅଧୀନରେ ଯାତ୍ରାସମୟ ପ୍ରାୟ ୧୦ ଘଣ୍ଟା ହ୍ରାସ କରିବାକୁ ରାଜଧାନୀ ଏକ୍ସପ୍ରେସ୍‌ ଘଣ୍ଟାପ୍ରତି ୧୬୦ କିଲୋମିଟର୍‌ ବେଗରେ ଯାତ୍ରା କରିବା ନିମନ୍ତେ ମୁମ୍ବାଇ-ଦିଲ୍ଲୀ ରାସ୍ତାର ଉନ୍ନତିକରଣ କରାଯିବ।
ଯାତ୍ରା ସମୟ ହ୍ରାସ କରିବା ନିମନ୍ତେ ୧୦୦ ଦିନିଆ ଆକ୍ସନ୍‌ ପ୍ଲାନ୍‌ରେ ଭାରତୀୟ ରେଳବାଇ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାଓଡ଼ା ରାସ୍ତାରେ ଯାତ୍ରା ସମୟ ହ୍ରାସ ପାଇଁ ପୂର୍ବାନୁମାନ କରିଛି।

ରଫ୍‌ତାର୍‌ ମିସନ୍‌ରେ ଦିଲ୍ଲୀ- ମୁମ୍ବାଇ, ଦିଲ୍ଲୀ-ହାଓଡ଼ା, ହାଓ୍ଵାଡ଼ା-ଚେନ୍ନାଇ, ଚେନ୍ନାଇ-ମୁମ୍ବାଇ, ଦିଲ୍ଲୀ-ଚେନ୍ନାଇ ଏବଂ ହାଓ୍ଵଡ଼ା-ମୁମ୍ବାଇ ଛଅଟି ପଥରେ ଯାତ୍ରାକାଳୀନ ସମୟ ହ୍ରାସ କରାଯିବାକୁ ଚିହ୍ନଟ କରାଯାଇଛି।

ସମ୍ବନ୍ଧିତ ଖବର