ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଭଲ ନିଷ୍ପତ୍ତି ନିଆଯାଇଛି । ଏଥିରେ ଜଣାଯାଇଛି ଯେ ଅର୍ଥନୀତି ଶ୍ରେଣୀର ଦୁର୍ବଳଙ୍କ ସିଟ୍ ସଂଖ୍ୟାରେ ଚଳିତ ବର୍ଷ ୧୦ ପ୍ରତିଶତ ଓ ଆଗାମୀ ବର୍ଷ ୧୫ ପ୍ରତିଶତ ବୃଦ୍ଧି ହେବ। ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଡମିସନ୍ କମିଟିରେ ଏ ନେଇ ଚର୍ଚ୍ଚା ହୋଇଥିଲା। ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଇଡବ୍ଲୁଏସ ର ଛାତ୍ରମାନଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ। ଛାତ୍ର କଲ୍ୟାଣ ଡିନ୍ ଡ଼ ରାଜୀବ ଗୁପ୍ତା କହିଛନ୍ତି ଯେ ନକଲି ପଞ୍ଜୀକରଣକୁ ରୋକିବା ଲାଗି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ନୂଆ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସ୍ପେସିଆଲ୍ ଡ୍ରାଇଭ୍ ମଧ୍ୟ ଦିଆଯିବ। ଏବେ ବିଶ୍ୱବିଦ୍ୟାଳୟରେ ମୋଟ୍ ଅତିରିକ୍ତ ସିଟ୍ର ସଂଖ୍ୟା ୬ହଜାର ହୋଇଯିବ ବୋଲି ଜଣାଯାଇଛି। ବିଶ୍ୱବିଦ୍ୟାଳୟର ସଂପୂର୍ଣ୍ଣ ପ୍ରସ୍ତୁତି ଶୀଘ୍ରାତିଶୀଘ୍ର ଶେଷ କରାଯିବ ବୋଲି ଜଣାଯାଇଛି। ଏହାଫଳରେ କେତେକ ଛାତ୍ରଛାତ୍ରୀଙ୍କୁ ଅଧିକ ଫାଇଦା ମିଳିବ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଭଲ ନିଷ୍ପତ୍ତି , ଏହି ଶ୍ରେଣୀର ଛାତ୍ରମାନଙ୍କୁ ମିଳିବ ଅଧିକ ସଂରକ୍ଷଣ
/sambad/media/post_attachments/wp-content/uploads/2019/02/delhi-university1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)